ରୋମାଣ୍ଟିକ ହେଲେ ବିକି-କ୍ୟାଟ୍ରିନା

ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି। ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ନିକଟରେ ତାଙ୍କ ସ୍ବାମୀ ବିକି କୌଶଲଙ୍କ ସହ ଛୁଟିରେ ଯାଇଥିଲେ। ବିକି ସୋସିଆଲ ମିଡିଆରେ ଛୁଟିଦିନର କିଛି ରୋମାଣ୍ଟିକ ଫଟୋ ଶେୟାର କରି କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ବିକି ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାଟ୍ରିନାଙ୍କ ସହ ସମୁଦ୍ର କୂଳରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ଫଟୋଗୁଡ଼ିକରେ କ୍ୟାଟ୍ରିନା ହଳଦିଆ ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ବିକି ହାଲୁକା ନୀଳ ରଙ୍ଗର ସାର୍ଟରେ ସୁନ୍ଦର ଦେଖାଯାଉଛନ୍ତି। ଏହି ସୁନ୍ଦର ଫଟୋଗୁଡ଼ିକୁ ଶେୟାର କରି ବିକି କ୍ୟାପସନରେ ଲେଖିଛନ୍ତି-‘ମୁଁ ପ୍ରତିଦିନ ତୁମର ଯାଦୁରେ ହଜିଯାଉଛି। ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍‌ …।
କ୍ୟାଟ୍ରିନା ଖୁବ ଶୀଘ୍ର ସଲମାନ ଖାନଙ୍କ ସହ ଫିଲ୍ମ ‘ଟାଇଗର-୩’ରେ ନଜର ଆସିବେ। ଏହି ଫିଲ୍ମରେ ଇମ୍ରାନ ହାସମି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ, ଏହା ବ୍ୟତୀତ କ୍ୟାଟ୍ରିନା ବିଜୟ ସେଥୁପତୀଙ୍କ ସହ ‘ମେରୀ ଖ୍ରୀଷ୍ଟମାସ’ ମଧ୍ୟ ଦେଖାଦେବେ। ବିକି ଖୁବ ଶୀଘ୍ର ‘ସାମ ବାହାଦୂର’ରେ ନଜର ଆସିବେ।

Share