ଦୁଇଥର ବିବାହ କରିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧିହେବ । ଏମାନଙ୍କ ବିବାହକୁ ନେଇ ପ୍ରଶଂସକମାନେ ଖୁବ୍ ଖୁସି ଥିବା ବେଳେ ବିବାହର ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ମିଳିଥିବା ସୂଚନାରୁ ଜଣାପଡିଛି କି କ୍ୟାଟ୍ରିନା-ଭିକ୍କି ଦୁଇଥର ବିବାହ କରିବେ । ଏମାନେ ପ୍ରଥମେ ହିନ୍ଦୁ ରିତିନୀତି ଅନୁଯାୟୀ ବିବାହ କରିବା ପରେ ପୁଣିଥରେ ୱେଷ୍ଟର୍ଣ୍ଣ କଲଚରରେ ହ୍ୱାଇଟ ୱେଡିଂ କରିବେ । ଏଥିପାଇଁ ଭିନ୍ନ ଭିନ୍ନ ଥିମ୍ ସିଲେକ୍ଟ ହୋଇ ଯାଇଥିବା ବେଳେ ସେହି ଅନୁଯାୟୀ ସାଜସଜା ବି ସରିଛି । କୁହାଯାଉଛି କ୍ୟାଟ୍ରିନା କୁଆଡେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଫଲୋ କରି ଏମିତି ବିବାହ କରୁଛନ୍ତି । ଯାହା ବି ହେଉ କ୍ୟାଟ୍ରିନା ତାଙ୍କ ବିବାହକୁ ଅଭୁଲା କରି ରଖିବାକୁ ସବୁଦିଗ ପ୍ରତି ବେଶ୍ ଧ୍ୟାନ ଦେଇଛନ୍ତି ବୋଲି କୁହାଯାଉଛି । ଏହି ବିବାହରେ ମେହେନ୍ଦି ରହିଥିବା ବେଳେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ମଧ୍ୟ ବ୍ୟବସ୍ଥା ରହିଛି । ବିବାହରେ ଖୁବ୍ କମ୍ ସେଲିବ୍ରିିଟିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି । ତେବେ ଯେଉଁ ସେଲିବ୍ରିଟିମାନେ ବିବାହରେ ଯୋଗ ଦେଇ ନ ପାରିବେ ସେମାନଙ୍କ ପାଇଁ କପୁଲ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ରଖିଥିବା କୁହାଯାଏ ।

Share