କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ। ସେ କ୍ୟାଟ୍ରିନାଙ୍କର ଜଣେ ବଡ଼ ପ୍ରଶଂସକ। ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହାଁନ୍ତି। ମନବିନ୍ଦର ଗତ କିଛି ମାସ ହେବ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କୁ କ୍ରମାଗତ ଭାବରେ ହଇରାଣ କରୁଥିଲେ। ସେ ଜଣେ ଅଭିନେତା ଏବଂ ମୁମ୍ବାଇରେ ରୁହନ୍ତି। କ୍ୟାଟ୍ରିନାଙ୍କୁ ହତ୍ୟା ଧମକ ଦେବା ପରେ ବିକି ସାନ୍ତାକ୍ରୁଜ ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରିଥିଲେ। ମନବିନ୍ଦର ଇନ୍‌ଷ୍ଟାଗ୍ରାମରେ ନିଜ ନାଁ କିଙ୍ଗ୍‌ ଆଦିତ୍ୟ ରାଜପୁତ ଏବଂ ଗର୍ଲଫ୍ରେଣ୍ଡ/ସ୍ତ୍ରୀ ଭାବେ କ୍ୟାଟ୍ରିନା କୈଫଙ୍କ ନାଁ ରଖିଛନ୍ତି।
କ୍ୟାଟ୍ରିନା-ବିକି ଗତ ବର୍ଷ ଡିସେମ୍ବର ୯ରେ ବିବାହ କରିଥିଲେ। ନିକଟରେ ବିକି ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ମାଲଦ୍ୱୀପ ଯାଇଥିଲେ।

Share