କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍‌ରେ ମନ ଦେଲେ କ୍ୟାଟ୍ରିନା

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍‌ନେସ୍‌କୁ ଫେରିଛନ୍ତି। କ୍ୟାଟ୍‌ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଓ୍ବାର୍କଆଉଟ୍‌ ଆରମ୍ଭ।

କ୍ୟାଟ୍‌ଙ୍କ ଏହି ପୋଷ୍ଟକୁ ଲୋକେ ବହୁ ପସନ୍ଦ କରିଛନ୍ତି। କ୍ୟାଟ୍‌ ଲେଖିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ଏବେ ଓ୍ବାର୍କଆଉଟ୍‌ ଟ୍ରାକ୍‌ରେ। ବର୍ତ୍ତମାନ ମୋତେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡୁଛି। ତାଙ୍କର ଏହି ପୋଷ୍ଟରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଖୁବ୍‌ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି। ଅନେକ କ୍ୟାଟ୍‌ଙ୍କୁ ପ୍ରଶଂସା କରିଥିବା ବେଳେ ଜଣେ ୟୁଜର ଲେଖିଛନ୍ତି, ବ୍ୟାକ୍‌ ଟୁ ଓ୍ବାର୍କଆଉଟ୍‌ ମାଡାମ୍‌। ଜାଣି ଖୁସି ଲାଗିଲା। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଫିଟ୍‌ନେସ ପ୍ରତି ଧ୍ୟାନ ଦେବା ଜରୁରୀ।

Share