ଏହି ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇଲେ କାଟ୍ରିନା

ମୁମ୍ବାଇ: ଆଜିକାଲି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ କାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଫିଲ୍ମ ଅପେକ୍ଷା ଏହାର ଗୀତ ସୋସିଆଲ ମିଡିଆରେ ଏବେ ନିଆଁ ଲଗାଇ ଦେଇଛି। ଯଦିଓ ଏହି ଗୀତଟି ପୁରୁଣା, କିନ୍ତୁ କାଟ୍ରିନା-ଅକ୍ଷୟଙ୍କ ଦ୍ୱାରା ଏହାକୁ ପୁଣି ଥରେ ପ୍ରଦର୍ଶନ କରାଯାଇଛି।

‘ସୂର୍ଯ୍ୟବଂଶୀ’ ଫିଲ୍ମର ଗୀତ ‘ଟିପ୍‌ ଟିପ୍‌ ବର୍‌ଷା ପାନି’ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଗୀତ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଫିଲ୍ମ ‘ମୋହରା’ ଯାହାକି ୧୯୯୪ରେ ମୁକ୍ତିଲାଭ କରିଥିଲା। ଏହି ଲୋକପ୍ରିୟ ଗୀତର ରିମେକ୍‌ ହେଉଛି କାଟ୍ରିନା-ଅକ୍ଷୟଙ୍କ ଫିଲ୍ମ ସୂର୍ଯ୍ୟବଂଶୀର ଗୀତ।

ରବିନାଙ୍କ ଅଭିନୀତ ଏହି ଗୀତକୁ ଲୋକେ ଆଜି ବି ଭୁଲି ନାହାନ୍ତି। ରବିନାଙ୍କ ପରେ କାଟ୍ରିନା ଦର୍ଶକଙ୍କୁ ପୁଣି ପୁରୁଣା ଦିନକୁ ନେଇ ଯାଇଛନ୍ତି। ଏହି ଗୀତରେ କାଟ୍ରିନା ବେଶ୍‌ ହଟ୍‌ ଦିଶୁଛନ୍ତି। ପ୍ରଶଂସକମାନେ ତାଙ୍କ ଡ୍ୟାନ୍ସକୁ ପସନ୍ଦ କରିଛନ୍ତି। କାଟ୍ରିନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକାକୀ ଡ୍ୟାନ୍ସ କରୁଛନ୍ତି।

Share