ପଟିଆରେ ଶୋ’ରୁମ୍‌ କାଟିନାପି ଖୋଲିଲା

ଭୁବନେଶ୍ୱର,୧୧।୧: ପଟିଆସ୍ଥିତ ପ୍ରମିଳା ଟାଓ୍ବାରରେ ଫର୍ନିଚର ଓ ଇଣ୍ଟେରିଅର ଡିଜାଇନ୍‌ ଶୋ’ରୁମ୍‌ କାଟିନାପି ଖୋଲିଛି। ଓଲିଓଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ , ଇଣ୍ଡିଆ ଫେମ ମାଷ୍ଟର ସେଫ୍‌ ସ୍ମୃତିଶ୍ରୀ ସିଂ ଅତିଥି ଭାବେ ଯୋଗଦେଇ ବୁଧବାର ଶୋ’ରୁମ୍‌ର ଉଦ୍‌ଘାଟନ କରିଛନ୍ତି। ତେବେ ଲୋପାମୁଦ୍ରା ସାମଲ, ତପସ୍ୟା ପ୍ରସୂଜେନା , କବିତା ରଣା ଓ ଚନ୍ଦ୍ରଶେଖର ସାହୁଙ୍କ ସହଭାଗିତାରେ ଆରମ୍ଭ ହୋଇଥିବା ଏହି ଶୋ’ରୁମ୍‌ର ଅନେକ ବୈଶିଷ୍ଟ୍ୟ ରହିଛି। ଏଠାରେ ଘର ସାଜସଜ୍ଜାର ସମସ୍ତ ପ୍ରକାର ବିଳାସପୂର୍ଣ୍ଣ ଆସବାପତ୍ର ଉପଲବ୍ଧ ହେବ ବୋଲି ଲୋପାମୁଦ୍ରା ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ଚାହିଦାକୁ ଦୃଷ୍ଟିରେ ଆକର୍ଷଣୀୟ ଫର୍ନିଚର ଏଠାରେ ମିଳିବ। ଭୁବନେଶ୍ୱରବାସୀ ଯେଉଁ ପ୍ରକାର ଆସବାବପତ୍ର ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି ତାହା ସୁଲଭ ମୂଲ୍ୟରେ ଏଠାରେ ମିଳିବ ବୋଲି ସୂଚନା ଦିଆଯାଇଛି। ତେବେ ଘରସଜ୍ଜା ଉପକରଣ ନୁହେଁ ବରଂ ଅଫିସ୍‌ ଓ ରେଷ୍ଟୁରାଣ୍ଟ ଆଦିକୁ ନୂଆ ଲୁକ୍‌ ଦେବା ପାଇଁ ଏହି ଶୋ’ରୁମ୍‌ ପ୍ରୟାସ କରୁଥିବା କୁହଯାଇଛି। ଘର ଓ ଅଫିସ ଇଣ୍ଟେରିଆର ଡିଜାଇନ, ମୋଡ଼ୁଲାର କିଚେନ ପ୍ରସ୍ତୁତ କରିବାରେ ଏହାର ସ୍ବତନ୍ତ୍ରତା ବଜାୟ ରଖିବାକୁ ଉଦ୍ୟମ କରାଯିବ। ଆଧୁନିକ ଶୈଳୀରେ ଘର ବା ଅଫସର ରୂପରେଖ ବଦଳାଇବା ସହ ଉନ୍ନତ ମାନର ଉପକରଣ ଯୋଗାଇଦିଆଯିବ । ସବୁବର୍ଗର ଲୋକଙ୍କ ପକେଟକୁ ସୁହାଇଲା ଭଳି ଦାମ ରଖାଯାଇଛି। କାଟିନାପି ଓଡ଼ିଶାର ନିଜସ୍ବ ବ୍ରାଣ୍ଡ ହୋଇଥିବା ବେଳେ ଏଠାରେ ଭାରତର ବିଭିନ୍ନ ସ୍ଥାନର ଆସବାବପତ୍ର ସହ ବିଭିନ୍ନ ନାମୀଦାନୀ ଗୁଣବତ୍ତା ବ୍ରାଣ୍ଡ୍‌ର ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri