ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପହଞ୍ଚିଲା କାଠମାଣ୍ଡୁ…

ଓ୍ବାଶିଂଟନ,୧୬।୪ : ପୃଥିବୀର ପ୍ରଦୂଷିତ ସହର ତାଲିକାରେ ନେପାଳର ରାଜଧାନୀ କାଠମାଣ୍ଡୁ ଶୀର୍ଷରେ ରହିଛି। ଆଇକ୍ୟୁ ଏୟାର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ ରବିବାର ବାୟୁ ଗୁଣବତ୍ତା ଆଧାରରେ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ କାଠମାଣ୍ଡୁ ଶୀର୍ଷରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୪ ଘଣ୍ଟିଆ ବାୟୁ ଗୁଣବତ୍ତା ଆଧାରରେ ଏହା କରାଯାଇଛି। କାଠମାଣ୍ଡୁର ବାୟୁ ଗୁଣବତ୍ତା ଧାର୍ଯ୍ୟ ଅନୁପାତଠାରୁ ୧.୯ ଗୁଣା ଖରାପ ରହିଛି।

 

ଆମେରିକା ଦୂତାବାସର ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ଦ୍ୱାରା କାଠମାଣ୍ଡୁର ଏକ୍ୟୁଆଇ ୨୦୦ ସ୍ତର ଅତିକ୍ରମ କରିଥିବା ସୂଚନା ପ୍ରଦାନ କରିଛି। ଏହାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ପଡ଼ିଛି। କେତେକ ବିମାନ ସେବାକୁ ବାତିଲ କରାଯାଇଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ କୁହାଯାଇଛି। ଲୋକେ ବିଭିନ୍ନ ଅବଶେଷ ଜଳାଉଥିବାରୁ ଏକ୍ୟୁଆଇସ୍ତର ବଢ଼ିଥିବା ପରିବେଶ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Share