Posted inଫୁରସତ

ଲିଟ୍‌ ଫେଷ୍ଟର ଅନ୍ତରାଳେ

ଏବେ ଗାଁ ଗାଁରେ ଅଷ୍ଟପ୍ରହରି, ଘରେ ଘରେ କଥା ପାରାୟଣ ସାଙ୍ଗକୁ ତାଳ ଦେଇ ସହରରେ ଠାଆକୁ ଠାଏ ଚାଲିଛି ସାହିତ୍ୟ ଉତ୍ସ ବା ଲିଟ୍‌ ଫେଷ୍ଟ। ଅଦ୍ଭୁତ ସଂଯୋଗ। ସମୁଦାୟ କାର୍ଯ୍ୟକ୍ରମକୁ ନିରିଖେଇ ଦେଖିଲେ ଅଷ୍ଟପ୍ରହରି, କଥା ପାରାୟଣ ଓ ଲିଟ୍‌ ଫେଷ୍ଟର ସାହିତ୍ୟ ଆଲୋଚନା ପ୍ରାୟ ସମଧର୍ମୀ ଲାଗନ୍ତି। ଭକ୍ତି ବିନା ସଂକୀର୍ତ୍ତନ, ଆଚରଣ ବିନା ପ୍ରବଚନ ଓ ପ୍ରତିବଦ୍ଧତା ବିନା ସାହିତ୍ୟ ମନ୍ଥନ ଭିତରେ ସେମିତି କିଛି ଭାବଗତ ପ୍ରଭେଦ ନାହିଁ।

ସବୁ ଲିଟ୍‌ ଫେଷ୍ଟ ଏବେ ଅନ୍ତର୍ଜାତୀୟ। ଆଗରୁ ଶହେ ବର୍ଷ ପୁରୁଣା ସଭାଗୃହ ହେଉ କି ସ୍କୁଲ ପଡ଼ିଆରେ ଟେଣ୍ଟ ବାନ୍ଧି ହେଉଥିବା ସଭା, ଆଲୋଚନା ଚକ୍ର ଓ ଅଧିବେଶନ ଜାଗା, ତାରକା ହୋଟେଲର ଶୀତତାପ ନିୟନ୍ତ୍ରିତ ଆବଦ୍ଧ କୋଠରି ଭିତରେ ହେଉଥିବା ସାହିତ୍ୟ ସଭାକୁ ଏବେ ଅନ୍ତର୍ଜାତୀୟ ଲିଟ୍‌ ଫେଷ୍ଟ କୁହାଯାଉଛି। ଦାମୀ ଅତରର ବାସ୍ନାୟିତ ଆଭିଜାତ୍ୟପୂର୍ଣ୍ଣ ପରିବେଶରେ ସାହିତି୍ୟକଙ୍କ ମୃଦୁ ଆଳାପ ସହ ହାଏ ବାଏ ସମ୍ଭାଷଣ ସାହିତ୍ୟକୁ ଆହୁରି ଗମ୍ଭୀର କରିଦିଏ। ଲାଗେ ଯେମିତି ବେଶ୍‌ କିଛି ଚିନ୍ତାଶୀଳ ସାହିତି୍ୟକ ଏଇ ମାତ୍ର ରସାତଳକୁ ଖସିଯାଇଥିବା ସାହିତ୍ୟର ଯୁଦ୍ଧକାଳୀନ ଉଦ୍ଧାର ପାଇଁ ଚିନ୍ତନ କରୁଛନ୍ତି । ଶୀତତାପ ନିୟନ୍ତ୍ରିତ କୋଠରି, ଆରାମଦାୟକ କୁସନ ଓ ନିଷ୍ପ୍ରଭ ଆଲୋକର ଗୁରୁଗମ୍ଭୀର ପରିବେଶରେ କବି ଯେତେବେଳେ ସର୍ବହରାର ତାନ ଟାଣନ୍ତି ସେତେବେଳେ ପ୍ରଥମ ଧାଡ଼ିରେ ବସିଥିବା ଓ ହଜାରେ ଲୋକଙ୍କୁ ବିସ୍ଥାପିତ କରିସାରିଥିବା କମ୍ପାନୀ ସେଠ୍‌ଙ୍କ ପାଟିରୁ ବାହାରିଆସେ ମାର୍ଭଲସ୍‌, ବ୍ରାଭୋ, ଖୁବ୍‌ ଶାଣିତ ଏ ସ୍ବର। ବିଡ଼ମ୍ବନା ଏହି ଯେ ଅସଂଖ୍ୟ ବିଶ୍ୱ ଶାନ୍ତି ଯଜ୍ଞ ପରେ ମଧ୍ୟ ଯେମିତି ବିଶ୍ୱ ଦିନକୁ ଦିନ ଅଧିକ ଅଶାନ୍ତ ହେବାରେ ଲାଗିଛି ସେମିତି ସାହିତ୍ୟରେ ଉଚ୍ଚତ୍ତର ପରୀକ୍ଷା ନିରୀକ୍ଷା ଓ ମହୋତ୍ସର ସଂଖ୍ୟାରେ ଅହେତୁକ ବୃଦ୍ଧି ସତ୍ତ୍ୱେ ସାହିତ୍ୟର ମାନ କାଳେ ଦିନକୁ ଦିନ ହ୍ରାସ ପାଉଛି ବୋଲି ଗୁରୁଜନମାନେ ଡିଣ୍ଡିମ ପିଟୁଛନ୍ତି ।

ସାହିତ୍ୟ କେବଳ ନିଚ୍ଛକ ଗପ କବିତା ଭିତରେ ଆଉ ସୀମିତ ହୋଇ ରହିନାହିଁ ବରଂ ଏହା ବ୍ରହ୍ମାଣ୍ଡର ସବୁ ସମସ୍ୟା ପ୍ରତି ଯେ ତା’ର ଦାୟିତ୍ୱବୋଧ ଅଛି ତାହା କୌଣସି ଲିଟ୍‌ ଫେଷ୍ଟର ବିଷୟ ଚୟନ ଓ କାର୍ଯ୍ୟସୂଚୀ ପ୍ରତି ଧ୍ୟାନ ଦେଲେ ଜାଣିହେବ। ନିକଟରେ ଏକ ଲିଟ୍‌ ଫେଷ୍ଟ ତୁର୍କୀର ଭୂକମ୍ପ ପୀଡ଼ିତଙ୍କ ସାହାଯ୍ୟାର୍ଥେ ଏକ କବିତା ପାଠୋତ୍ସବ ଆୟୋଜନ କରିବା ସହ ବିଶିଷ୍ଟ କାନ୍ଦ୍ୟକବି ଦୁଃଖବନ୍ଧୁ ରଥଙ୍କ ସହ ପ୍ରସାଦ ସେବନ ପାଇଁ ଏକାବନ ଟଙ୍କା ଓ ମୁଖ ପୁସ୍ତିକାରେ ପୋଷ୍ଟିଂ ନିମନ୍ତେ ଉପସ୍ଥିତ ପ୍ରଣମ୍ୟ ସାହିତି୍ୟକମାନଙ୍କ ସହ ମହାର୍ଘ୍ୟ ମୁହୂର୍ତ୍ତର ଫଟୋ ଉତ୍ତୋଳନ ପାଇଁ ଏକତିରିଶ ଟଙ୍କା ଚାନ୍ଦା ଆଦାୟ କରାଯାଇଥିଲା। ଆଜିର ଯୁବ ସାହିତି୍ୟକମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା ଓ ଲୁପ୍ତ ହୋଇଯାଉଥିବା ଲୋକକଳାର ପୁନଃ ଉଦ୍ଧାର ପାଇଁ ବିସ୍ଥାପନ ଥିମ୍‌ ଉପରେ ହେଉଥିବା କବିତା ପାଠର ତାଳେ ତାଳେ ଇରାନୀ ପଣ୍ଡାଙ୍କ ଦଣ୍ଡନୃତ୍ୟର ଅଭିନବ ପରିକଳ୍ପନା କେବଳ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବରେ ସମ୍ଭବ। ଲୁପ୍ତପ୍ରାୟ ଦଣ୍ଡ ଲୋକନୃତ୍ୟ ସହ ଅବହେଳିତ ବିସ୍ଥାପିତ ଲୋକଙ୍କ ବିଦ୍ରୋହ କବିତାର ଫ୍ୟୁଜନ ଓଡ଼ିଆ ଭାଷା ସାହିତ୍ୟକୁ ଏକ ନୂତନ ଦିଗନ୍ତ ଛୁଆଁଇବ ବୋଲି ନିକଟରେ ଆୟୋଜନ ହେବାକୁ ଥିବା ଗୋଟେ ମହୋତ୍ସବର ମାର୍ଗଦର୍ଶକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉକ୍ତ ମହୋତ୍ସବରେ ଓଡ଼ିଆ ସଂସ୍କୃତିର ସାମଗ୍ରିକ ଉତ୍ଥାନ ପାଇଁ ଖଣ୍ଡଗିରି ଲୋକକଳା ପ୍ରତିଷ୍ଠାନର ବିଶିଷ୍ଟ ଲୋକନୃତ୍ୟ ଶିଳ୍ପୀ ଇରାନୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଓ ହୀରାକୁଦ ବିସ୍ଥାପିତଙ୍କ ସ୍ବରକୁ ତୀବ୍ର କରିବା ପାଇଁ ବିଦେଶରୁ ଆମଦାନୀ ହୋଇଆସିଥିବା ଦରଦୀ କବିଙ୍କୁ ମାନପତ୍ର ଦିଆଯିବାର ଯୋଜନା ଅଛି ବୋଲି ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ସକାଳ ଚା’ ଦୋକାନରେ ଦୁଇଜଣ ବ୍ୟକ୍ତି ସାଙ୍ଗହେଇ ବସିଲେ ଯେମିତି ଦେଶର ରାଜନୀତି ବିଷୟରେ ଆଲୋଚନା ହୁଏ ସେମିତି ଦୁଇଜଣ ସାହିତି୍ୟକ ଯଦି ପରିବା ହାଟରେ ଭେଟ ହେଇଗଲେ ତେବେ ଏ ସିଜନରେ କିଏ କେତୋଟି ଲିଟ୍‌ ଫେଷ୍ଟରେ କବିତା ପଢିଛନ୍ତି ସେ ବିଷୟରେ ଆଲୋଚନା ହେଉଛି। ଏମିତି ଥରେ ଦୁଇ ଯୁବ ସାହିତି୍ୟକ ଆଲୋଚନା କରୁଥିବା ବେଳେ ପାଖରେ ପରିବା ବିକୁଥିବା କବି ଦିନୁ ମହାନ୍ତିଙ୍କ ମନ ଦୁଃଖରେ ଭାଙ୍ଗିପଡ଼ିଲା। ପ୍ରେମ କବିତା ଲେଖୁଥିବା ଏହି ଚିରସବୁଜ କବି ଏବେ ସର୍ବହରା। କବିତା ପାଇଁ ସମର୍ପିତ ଏହି କବି ଯିବା ଆସିବା ଓ ରହିବା ପାଇଁ ନିଜ ହାତରୁ ଖର୍ଚ୍ଚକରି ଭିନ୍ନ ଜିଲାକୁ କବିତା ପଢ଼ିବା ପାଇଁ ଯାଆନ୍ତି। ଆବଶ୍ୟକ ସ୍ଥଳେ କବିତା ପାଠୋତ୍ସବର ଖର୍ଚ୍ଚ ପାଇଁ କିଛି କିଛି ସହଯୋଗ ରାଶି ବି ଦେବାକୁ ହୁଏ । ଏମିତି ମାସକୁ ଅନ୍ତତଃ ଦଶଟି କବିତା ପାଠୋତ୍ସବରେ କବିତା ପଢ଼ି ଆଜି ସେ ସର୍ବସ୍ବାନ୍ତ । ଏକଦା ଖୁବ୍‌ ସ୍ବଚ୍ଛଳ ପରିବାରରେ ଜନ୍ମିତ କବି ଦୀନବନ୍ଧୁ ମହାନ୍ତି ଆଜି ଅଲୋଡ଼ା । କୌଣସି ଲିଟ୍‌ ଫେଷ୍ଟ ତାଙ୍କୁ କବିତା ପଢ଼ିବା ପାଇଁ ଆଉ ଡାକୁନାହାନ୍ତି। କବିତାରେ ଜିଉଁଥିବା କବି ଆଜି କବିତା ପାଇଁ ପରିବା ବିକାଳି। କବି ଦୀନବନ୍ଧୁ ମହାନ୍ତି ଓରଫ ପରିବା ବିକାଳି ଦିନୁଆ ଏବେ ଆଭିଜାତ୍ୟପୂର୍ଣ୍ଣ ଲିଟ୍‌ ଫେଷ୍ଟ ଆୟୋଜକଙ୍କ ଦୃଷ୍ଟିର ଢେର୍‌ ଦୂରକୁ ଚାଲିଯାଇଛନ୍ତି। କେବେ କେବେ ଦିନୁଆ ବିଭିନ୍ନ କବିତା ପାଠୋତ୍ସବକୁ ଯାଇ ଅର୍ଜିଥିବା ଏ-ଫୋର୍‌ ସାଇଜ୍‌ର ଥାକେ ପ୍ରିଣ୍ଟେଡ୍‌ ମାନପତ୍ର ଦେଖି ଦୀର୍ଘନିଃଶ୍ୱାସ ଛାଡ଼ନ୍ତି । ଏବେ ସମ୍ବଳ ବୋଇଲେ ତାଙ୍କର କେବଳ ଏତିକି। ପରିବା କିଣୁଥିବା ଦୁଇ ଯୁବ ସାହିତି୍ୟକଙ୍କୁ ଦିନୁଆ ଆଙ୍ଗୁଠିରେ ଇସାରା କରି କହିଲେ, ଆନ୍ତର୍ଜାତିକ ମହୋତ୍ସବରେ ଖାଲି କବିତା ପଢ଼ିଲେ ନା କିଛି ମାଲ୍‌ପାଣି ବି ମିଳିଲା । ପରିବା କିଣୁଥିବା ଜଣେ ସାହିତି୍ୟକ କହିଲେ, ‘ସେ କଥା କାହିଁକି ପଚାରୁଛ। ଚୋର ମା’ କାନ୍ଦେନି କାନ୍ଦିଲେ ଲୁଚି ଲୁଚି କାନ୍ଦେ। ରାତି ଅନିଦ୍ରା ହେଇ ଏତେଦୂରରୁ ବସ୍‌ରେ ଯାଇ ପହଞ୍ଚତ୍ଥିଲି। ସକାଳୁ ସେହି ସହରରେ ରହୁଥିବା ଜଣେ ବନ୍ଧୁଙ୍କ ଘର ପାଇଁ ଦୁଇଶହ ଟଙ୍କାର ମିଠା ନେଇ ବନ୍ଧୁ ଘରେ ଗାଧେଇ ଫେଷ୍ଟ ହେଉଥିବା ଜାଗାରେ ପହଞ୍ଚତ୍ଲି। କବିତା ପାଠ ଆରମ୍ଭ ହେବା ପୂର୍ବରୁ ସଞ୍ଚାଳକ କହିଲେ, ଆଶାଠାରୁ ଅଧିକ କବି ଆସିଥିବାରୁ ପ୍ରତ୍ୟକଙ୍କୁ ଦୁଇମିନିଟ ଲେଖା ସମୟ ଦିଆଯିବ। ଭାଇ କହନା ସେ କଥା, ମୁଁ କବିତା ଅଧା ପଢ଼ିଛି ଘଣ୍ଟି ବାଜିଗଲା। କ’ଣ ହେଲା ବୋଲି ପଛକୁ ଅନେଇଲା ବେଳକୁ ମୋ ପରେ ପଢ଼ିବାକୁ ଥିବା କବି ଆସି ପଛରେ ଠିଆ ହେଇଗଲେଣି। କବିତା ଅଧା ପଢ଼ି ରାତି ଅନିଦ୍ରା ହୋଇ ବସ୍‌ରେ ଘରକୁ ଫେରିଲାବେଳେ ମନ କ’ଣ ହେଉଥିବ ବୁଝିପାରୁଥିବ।

ଖାଲି ଲୋକଲଜ୍ଜା ପାଇଁ କିଛି ଫଟୋ ମୁଖ ପୁସ୍ତିକାରେ ଛାଡ଼ିଛି। ଏତେ ଖର୍ଚ୍ଚାନ୍ତ ପରେ ‘ଅଖା ଧୋଉଥା ଗୁଣ ଗାଉଥା’ ଭଳି ମୋର ଅନୁଭବ। ଆମ କଥା ଛାଡ଼, ବହୁ ପ୍ରତିଷ୍ଠିତ ଲେଖକଙ୍କ ଅବସ୍ଥା ଆହୁରି ଦୟନୀୟ । ପଇଁଚାଳିଶ ମିନିଟିଆ ଆଲୋଚନା ପାଇଁ ଛଅଜଣ ବକ୍ତାଙ୍କ ସହ ସଞ୍ଚାଳକଙ୍କୁ ମିଶେଇ ଗାଏମୋଟ୍‌ ସାତଜଣ ମଞ୍ଚ ଉପରେ। ଅତିଥି ପରିଚୟ ଓ ବକ୍ତାଙ୍କ ବକ୍ତବ୍ୟ ପରେ ନିଜ ମତ ରଖିବାରେ ଖୋଦ୍‌ ସଞ୍ଚାଳକ ଅଧା ସମୟ ସାରିଦେଲେ। ଜଣେ ଅଗ୍ରଜ ଲେଖକଙ୍କୁ ସମୟ ଅଭାବରୁ ଅଷ୍ଟ୍ରେଲିଆରେ ଓଡ଼ିଆ ସାହିତ୍ୟର ଉପସ୍ଥିତି ବିଷୟରେ ସଂକ୍ଷେପରେ କହିବା ପାଇଁ କହିଲେ। ସମ୍ପୃକ୍ତ ଲେଖକ ଗଳା ଝାଡ଼ି, ଶାର୍ଟ କଲରକୁ ସଜାଡ଼ି ଅତିବେଶିରେ ପାଞ୍ଚଟି ବାକ୍ୟ କହିଥିବେ କି ନାହିଁ ସଞ୍ଚାଳକ ତାଙ୍କୁ ମଝିରୁ ଅଟକେଇଦେଲେ। ସାର୍‌ ଆପଣ ବହୁତ ସୁନ୍ଦର ଓ ଶିକ୍ଷଣୀୟ କଥା କହିଲେ କହି ସାର୍‌ଙ୍କ ମନ୍ତବ୍ୟ ଉପରେ ନିଜେ ଦଶ ଲାଇନ କହିଗଲେ। ତା’ପରେ ଆଉ ଜଣେ ବକ୍ତାଙ୍କୁ ଦୁଇ ଲାଇନ୍‌ରେ କହିବା ପାଇଁ କହିଲେ। ସମୟ ଅଭାବରୁ ଛ’ଜଣ ବକ୍ତାଙ୍କ ଭିତରୁ ଜଣେ ଶେଷଯାଏ କହିବା ପାଇଁ ଆଉ ସୁଯୋଗ ପାଇଲେ ନାହିଁ। ସେ ଯେଉଁ ବୀରଦର୍ପରେ ମଞ୍ଚ ଉପରକୁ ଯାଇଥିଲେ ଫେରିଲା ବେଳେ ତାଙ୍କ କରୁଣ ମୁହଁକୁ ଦେଖିବା କଥା। ବଡ଼ ବଡ଼ ଆତ୍ମଘୋଷିତ ସାହିତ୍ୟ ଚିନ୍ତକମାନେ ତାରକା ହୋଟେଲରେ ଆୟୋଜିତ ଏହିଭଳି ଆଲୋଚନାରେ ଦୁଇ ତିନିଟି ବାକ୍ୟ କହି କୃତ୍ୟ କୃତ୍ୟ। ଛୋଟ ହୋଟେଲରେ ଗରମ ଡାଲି ଥଣ୍ଡା ଡାଲିକୁ ନେଇ ଝଗଡ଼ା କରୁଥିବା ଲୋକ ବଡ଼ ହୋଟେଲରେ ଅଲଣା, ବାସିଡାଲିକୁ ତିନିଶହ ଦେଇ ନୀରବରେ ଫେରୁଥିବା କଥା ଶୁଣିଥିବ। ସେହିଭଳି ଛୋଟ ଆୟୋଜଙ୍କର ସାମାନ୍ୟ ଅବ୍ୟବସ୍ଥାରେ ହଜାରେ ଅସନ୍ତୋଷ ଦେଖାଉଥିବା ତଥାକଥିତ ବଡ଼ ବଡ଼ ଲେଖକ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବରେ ବଫେ ଭୋଜି ଭଳି ଆଗମନଠୁ ପ୍ରସ୍ଥାନ ପର୍ଯ୍ୟନ୍ତ ଅତ୍ୟନ୍ତ ଶାନ୍ତ ଓ ଧୈର୍ଯ୍ୟର ସହ ନିଜ କଥା ନିଜେ ବୁଝୁଥିବା ଦେଖୁଛି। ବଡ଼ବଡ଼ିଆଙ୍କ ଅବସ୍ଥା ଯଦି ଏପରି ସେଠି ଆମ କଥା କିଏ ପଚାରେ? ଲିଟ୍‌ ଫେଷ୍ଟରେ ବକ୍ତା ହେବାକୁ କି କବିତା ପଢ଼ିବା ପାଇଁ ଠେଲାପେଲା, ଧରାଧରି, ମାନ ଅଭିମାନ, ଦିଆନିଆର କଥା ଶୁଣିଲେ ହସଲାଗୁଛି। ଭାଇ ଆମ ଗାଁ ସାହିତ୍ୟ ସଭାରେ ଲେଖକଙ୍କୁ ଯେତିକି ସମ୍ମାନ ଓ ଶ୍ରଦ୍ଧା ମିଳୁଛି ତା’ର କାଣିଚାଏ ବି ଏ ବଡ଼ବଡ଼ିଆ ଲିଟ୍‌ ଫେଷ୍ଟରେ ନାହିଁ । ‘କବି ଦୀନବନ୍ଧୁ ଓରଫ ଦିନୁଆ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ ମନ ଦୁଃଖ କରନା। ବେଳ ଥାଉ ଥାଉ ହେଜି ଯାଅ। ନଚେତ୍‌ ଏ ମାୟାରେ ବେଶି ବାୟା ହେବାକୁ ଇଚ୍ଛା ଥିଲେ ହେଇ ଦେଖ ତିନିଟା ପିଣ୍ଡି ଛାଡ଼ି ଗୋଟେ ପରିବା ପିଣ୍ଡି ଖାଲିଅଛି, ତାକୁ ଏବେଠୁ ବୁକ୍‌ କରି ରଖିଥାଅ। ଭବିଷ୍ୟତରେ ପିଲାଙ୍କ ମୁହଁରେ ଆହାର ଗଣ୍ଡେ ଦେବାକୁ କାମରେ ଆସିବ।

ଲିଟ୍‌ ଫେଷ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏଥିରେ ଶହ ଶହ ସାହିତି୍ୟକଙ୍କୁ ଭାଗନେବାର ସୁଯୋଗ ମିଳେ। ବର୍ଷଯାକ ଶୋଷରେ ଥିବା ଲୋକଙ୍କୁ ମଧୁର ଜଳାଶୟ ମିଳିବା ଭଳି ଲିଟ୍‌ ଫେଷ୍ଟ ସିଜନ ଆରମ୍ଭ ହେଲା ମାତ୍ରେ ସାହିତି୍ୟକମାନଙ୍କ ଭିତରେ ଏକ ଅସମ୍ଭବ ଉଦ୍ଦୀପନା ଦେଖାଦିଏ। ”ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇଁରେ ମାଈଁ ମାଈଁ “ ଭଳି ବର୍ଷଯାକ ଶୀତଳ ଥିବା ଆୟୋଜକଙ୍କ ମୁଖପୁସ୍ତିକାରେ ତାଙ୍କ ବାରି କଖାରୁ ଫଟୋ ଉପରେ ଶହ ଶହ କମେଣ୍ଟ ଆସିବା ଦେଖିଲେ ଜାଣିବ ଲିଟ୍‌ ଫେଷ୍ଟ ସମୟ ହେଇଗଲା। ଯେକୌଣସି ବ୍ୟୟବହୁଳ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବ ଦ୍ୱାରା ସାହିତ୍ୟର କ’ଣ ଉନ୍ନତି ହେଉଛି ନ ହେଉଛି ତାହା ପର କଥା, ହେଲେ ମୁଖପୁସ୍ତିକାରେ ସାହିତି୍ୟକମାନଙ୍କ ମହାର୍ଘ ମୁହୂର୍ତ୍ତର ଶହ ଶହ ଫଟୋ ପୋଷ୍ଟିଂକୁ ଦେଖିଲେ ଲାଗୁଛି ସ୍କୁଲ ପିଲାଙ୍କ ପ୍ରତିବର୍ଷ ବଣଭୋଜି ଭଳି ଏବେ ଆମ ରାଜ୍ୟରେ ବାର୍ଷିକ ସାହିତ୍ୟ ଗମାତ ଚାଲିଛି। ହଉ ଚାଲୁ। ଗୋଟେ ଖୁସି ଆଉ।
-ବନମାଳୀ ଭବନ, ଖାନ୍‌ ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri