ହିରୋଇନ୍‌ଙ୍କୁ ପଛରେ ପକାଇବେ ବାହୁବଲୀର କଟପ୍ପାଙ୍କ ଝିଅ

ବମ୍ବେ: ବଲିଉଡ୍‌ରେ ଅନେକ ସିନେମା ରିଲିଜ ହୋଇଥାଏ। ହେଲେ ସେଥିରୁ କିଛି ଫିଲ୍ମ ଏପରି ଥାଏ ଯାହା ସବୁଦିନ ପାଇଁ ମନେ ରୁହେ। ଯେମିତି କି ‘ବାହୁବଲୀ’। ଏହି ଫିଲ୍ମରେ ଅନ୍ୟତମ ପ୍ରମୁଖ ଭୂମିକା ଥିଲା ‘କଟପ୍ପା’ଙ୍କର। ଅଭିନେତା ସତ୍ୟରାଜ ଏହି ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା।

ସତ୍ୟରାଜ ତାମିଲ, ତେଲୁଗୁ, ମାଲାୟାଲାମ ଏବଂ କନ୍ନଡ଼ ଫିଲ୍ମ ସହ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏବେ ତାଙ୍କ ଝିଅ ଦିବ୍ୟା ସତ୍ୟରାଜ ଚର୍ଚ୍ଚାରେ ଅଛନ୍ତି। ଦେଖିବାକୁ ଦିବ୍ୟା ବହୁତ ସୁନ୍ଦର, ଫିଟ୍‌ ଏବଂ ଗ୍ଲାମର୍ସ। ତାଙ୍କ ଫଟୋ ଦେଖିଲେ ସେ ବଡ଼ ବଡ଼ ହିରୋଇନ୍‌ଙ୍କୁ ମଧ୍ୟ ଟକ୍କର ଦେବେ ବୋଲି ଯେ କେହି କହିବେ।
ସତ୍ୟରାଜଙ୍କ ଝିଅ ଦିବ୍ୟା ଗ୍ଲାମର ଦୁନିଆରୁ ଦୂରରେ ଅଛନ୍ତି। ହେଲେ ପେସାରେ ସେ ଜଣେ ନ୍ୟୁଟ୍ରିସିଆନିଷ୍ଟ। ଏଥିସହ ସେ ଅକ୍ଷୟ ପାତ୍ର ଫାଉଣ୍ଡେଶନର ଗୁଡଓ୍ବିଲ୍‌ ଆମ୍ବାସେଡର ମଧ୍ୟ ଅଛନ୍ତି।

ସୋସିଆଲ ମିଡିଆରେ ଦିବ୍ୟା ବେଶ ଆକ୍ଟିଭ୍‌। ସେ ସବୁବେଳେ ନିଜ ଫଟୋ ପୋଷ୍ଟ କରିଥାନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୯୫ ହଜାର ଫଲୋଅର୍ସ ଅଛନ୍ତି।

Share