କାଷ୍ଠ ଅର୍କକ୍ଷେତ୍ର: ବିରଞ୍ଚି ନାରାୟଣ ମନ୍ଦିର

ବୁଗୁଡ଼ା,୧୭ା୩(ଡି.ଏନ.ଏ.): ପ୍ରସ୍ତରର କାରୁକାର୍ଯ୍ୟରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ଅର୍କକ୍ଷେତ୍ର ହୋଇଥିବା ବେଳେ ଗଞ୍ଜାମ ଜିଲା ବୁଗୁଡ଼ାରେ କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ସୂର୍ଯ୍ୟ ଅର୍ଥାତ୍‌ ଶ୍ରୀବିରଞ୍ଚି ନାରାୟଣଙ୍କ ମନ୍ଦିର ଦ୍ୱିତୀୟ ଅର୍କକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଛି। କୋଣାର୍କ ଭଳି ବିରଞ୍ଚି ନାରାୟଣଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତର ନିର୍ମିତ ସୂର୍ଯ୍ୟ ନାରାୟଣଙ୍କ ମୂର୍ତ୍ତ ପୂଜା ପାଉଛନ୍ତି।
ବୁଗୁଡ଼ା ସହର ବଡ଼ଦାଣ୍ଡରେ ବିରଞ୍ଚି ନାରାୟଣ ମନ୍ଦିର। ଏହି ମନ୍ଦିର ଘୁମୁସରର ଭଞ୍ଜବଂଶୀୟ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ୧୭୮୮ ମସିହାରେ ନିର୍ମିତ ହୋଇଥିଲା। ସେ ସମୟରେ ମନ୍ଦିରରେ ବିରଞ୍ଚି ନାରାୟଣଙ୍କ ଦାରୁମୂର୍ତ୍ତି, ଶିଳାମୂର୍ତ୍ତି ଓ ଧାତୁମୂର୍ତ୍ତି ପୂଜା ପାଇ ଆସୁଥିଲେ। ପରେ ରାଜା ଶ୍ରୀକର ଭଞ୍ଜ ମାଳତୀଗଡ଼ର ଇଷ୍ଟଦେବୀ ମା’ ରତ୍ନେଶ୍ୱରୀଙ୍କ ଠାରୁ ସ୍ବପ୍ନାଦେଶ ପାଇ ମାଳତୀ ପର୍ବତରେ ଅପୂଜ୍ୟ ହୋଇ ପଡ଼ିଥିବା ୬ଫୁଟ ଲମ୍ବା ବିଶିଷ୍ଟ ଦଣ୍ଡାୟମାନ ପ୍ରସ୍ତର ମୂର୍ତ୍ତିକୁ ଆଣି ବିରଞ୍ଚି ନାରାୟଣ ମନ୍ଦିରରେ ସ୍ଥାପନ କଲେ। ପ୍ରସ୍ତର ନିର୍ମିତ ବିରଞ୍ଚି ନାରାୟଣ ଅର୍ଥାତ୍‌ ସୂର୍ଯ୍ୟ ଦେବତାଙ୍କ ବ୍ୟତୀତ ମନ୍ଦିରର ନିମ୍ନାଂଶରେ ୭ଟି ଧାବମାନ ଅଶ୍ୱ ଓ ପୂର୍ବ ପାର୍ଶ୍ୱରେ ଗୋଟିଏ ମାତ୍ର ଚକ ରହିଛି, ଯାହାକି ସୂର୍ଯ୍ୟ ଦେବତାଙ୍କ ବିମାନ ଭଳି ପ୍ରତୀୟମାନ। ମନ୍ଦିରରେ ୪୮ଟି ସ୍ତମ୍ଭ ଅଛି। ମନ୍ଦିରର ନିମ୍ନଭାଗ ପ୍ରସ୍ତରରେ ତିଆରି ହୋଇଥିବା ବେଳେ ଉପର ଭାଗ ଛାତ ତାମ୍ର ଧାତୁ ପତ୍ର ଦ୍ୱାରା ଆଚ୍ଛାଦିତ। ମଝିରେ ମଝିରେ ପିତ୍ତଳ ଧାତୁ ନିର୍ମିତ କଣ୍ଟା ଏଥିରେ ବ୍ୟବହାର କରାଯାଇଛି। ମନ୍ଦିରର ନିମ୍ନାଂଶ ଓ ଛାତକୁ ଛାଡ଼ି ଦେଲେ ଭିତର ଅଂଶରେ କାଠ କାରୁକାର୍ଯ୍ୟ ହୋଇଥିବାରୁ ଏହାକୁ ଦ୍ୱିତୀୟ କାଷ୍ଠର କୋଣାର୍କ ବୋଲି କୁହାଯାଏ। ଶାଳ, ତାଳ ଓ ଗମ୍ଭାରୀ କାଠର କାରୁକାର୍ଯ୍ୟ ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଦଶଦିଗପାଳ, ନବଗ୍ରହ, ପଦ୍ମଧର, ଶଙ୍ଖଧର, ଦଶମହାବିଦ୍ୟା ମଧ୍ୟ କାଷ୍ଠରେ ତିଆରି ହୋଇଛନ୍ତି। ସେହିପରି ମନ୍ଦିରର ଉତ୍ତର ପାର୍ଶ୍ୱ ସମ୍ମୁଖ ପ୍ରାଚୀରରେ କାଷ୍ଠରେ ତିଆରି କୃଷ୍ଣ-ବଳରାମ ଝରକା, ନିମ୍ନାଂଶରେ ଧେପୁପଲ, ଉଭୟ ପାର୍ଶ୍ୱରେ ସୁବଳ, ସଖାଦଳ, ସୁଦାମ, ଅକ୍ରୂର, ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି କାଠରେ ତିଆରି ହୋଇଛନ୍ତି। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟଗୁଡିକ ନିଖୁଣ, ଜୀବନ୍ତ ଭାବେ କାଷ୍ଠରେ ତିଆରି ହୋଇଛନ୍ତି। ତେବେ ୧୯୬୫ ମସିହାଠାରୁ ଏହି କୀର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯାଇ ନ ଥିବା ମନ୍ଦିର ମଠାଧୀଶ ପ୍ରକାଶ କରିଛନ୍ତି।
ଶ୍ରୀବିରଞ୍ଚି ନାରାୟଣଙ୍କ ବର୍ଷ ସାରା ପୂଜା, ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଛି। ମାଘ ସପ୍ତମୀ, ଶାମ୍ବ ଦଶମୀ, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ବତନ୍ତ୍ର ପୂଜାନୀତି ହେଉଛି। ମନ୍ଦିର ମଧ୍ୟରେ ଗଙ୍ଗା, ଯମୁନା ନାମରେ ଏକ ବାମ୍ଫି ରହିଛି, ଯାହାର ଜଳକୁ ଲୋକେ ପବିତ୍ର ଜଳ ଆକାରରେ ଗ୍ରହଣ କରିଥାନ୍ତି। ଯେଉଁମାନଙ୍କର ବିଇଞ୍ଚି ବା ଏକଜିମା କିମ୍ବା କୁଷ୍ଠ ହୋଇଥାଏ ସେମାନେ ଆରୋଗ୍ୟ ହେବା ପାଇଁ ଏଠାରେ ମାନସିକ କରି ମୁଣ୍ଡନ ହୁଅନ୍ତି ଏବଂ ବାଉଁଶ ତିଆରି ପାଛିଆ, ବାଇଗଣ, ମୁଗ, ବିରି, ସୋରିଷ ପୂର୍ଣ୍ଣ କରି ତାଳପତ୍ର ପଙ୍ଖା ସହ ଠାକୁରଙ୍କ ଠାରେ ସମର୍ପଣ କରିଥାନ୍ତି। ବିରି ମୁଗକୁ ବାମ୍ଫି ଜଳରେ ପକାଇ ମୁଣ୍ଡରେ ପାଣି ସିଞ୍ଚନ କରିଥାନ୍ତି। ଶ୍ରୀବିରଞ୍ଚି ନାରାୟଣଙ୍କର ପ୍ରାୟ ହଜାରେ ଏକର ଜମି ରହିଛି। ଅଧିକାଂଶ ଜମି ଲୋକଙ୍କ ପାଖରେ ଥିଲେ ମଧ୍ୟ ସେମାନେ ମନ୍ଦିରକୁ କିଛି ଦେଉନଥିବା ଯୋଗୁ ମନ୍ଦିରରେ ନୀତି ଓ ପର୍ବପର୍ବାଣି କରିବା କଷ୍ଟସାଧ୍ୟ ହେଉଛି। ବର୍ତ୍ତମାନ ମନ୍ଦିରର ମଠାଧୀଶଙ୍କ ଦ୍ୱାରା ପରିଚାଳିତ ୧୦୦ ଭରଣ ଜମିରୁ ଯାହା ଅମଳ ହେଉଛି ସେଥିରେ ଠାକୁରଙ୍କ ନୀତିକାନ୍ତି, ପୂଜା ଭୋଗ, ଯାତ୍ରା, ପର୍ବପର୍ବାଣି ଆଦି ହେଉଛି।
ନାରାୟଣ ମନ୍ଦିର ପର୍ଯ୍ୟଟନ କେନ୍ଦ୍ର ରୂପେ ସ୍ବୀକୃତି ପାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ ଓ କଳା ସ୍ଥାପତ୍ୟ ବିଭାଗ ଏହାର ଉନ୍ନତି ପ୍ରତି ଦୃଷ୍ଟି ଦେଉନାହାନ୍ତି। ପର୍ଯ୍ୟଟକ ଓ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ମନ୍ଦିରର ଉନ୍ନୟନ ଓ ଏହାର କାରୁକାର୍ଯ୍ୟର ପୁନରୁଦ୍ଧାର କରିବାକୁ ପର୍ଯ୍ୟଟନ ଓ କଳା ସ୍ଥାପତ୍ୟ ବିଭାଗ ଦୃଷ୍ଟି ଦିଅନ୍ତୁ ବୋଲି ମଠାଧିଶ ଭକ୍ତରାମ ଦାଶ କହିଛନ୍ତି। ସେହିପରି ମନ୍ଦିର କାରୁକାର୍ଯ୍ୟର ପୁନରୁଦ୍ଧାର ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ବୁଦ୍ଦିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି। ବିରଞ୍ଚି ନାରାୟଣ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ଓ କଳା ସ୍ଥାପତ୍ୟ ବିଭାଗ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri