Posted inଜାତୀୟ

କଶ୍ମୀରୀ ଗଢ଼ିବେ ନିଜ ସରକାର

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ୨୦୧୪ ନଭେମ୍ବର ୨୫ରୁ ଡିସେମ୍ବର ୨୦ ମଧ୍ୟରେ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ମଧ୍ୟରୁ ୮୭ଟିରେ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୯ରେ ବିଧାନସଭାର ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହା ପୂର୍ବରୁ ୨୦୧୮ ଜୁନ୍‌ ୧୯ରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ନେତୃତ୍ୱାଧୀନ ମେଣ୍ଟ ସରକାରରୁ ଭାଜପା ସମର୍ଥନ ପ୍ରତ୍ୟାହାର କରିବା ପରେ ଉପତ୍ୟକାରେ କେନ୍ଦ୍ରୀୟ ଶାସନ ଜାରି ହୋଇଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦକରି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଗତବର୍ଷ ଡିସେମ୍ବରରେ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ଟିମ୍‌ ୩ ଦିନିଆ କଶ୍ମୀର ଗସ୍ତକରି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜୀବ ଶ୍ରୀନଗରରେ ପ୍ରସ୍ତୁତି ସମୀକ୍ଷା ପରେ ଶୁକ୍ରବାର କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ସେମାନଙ୍କ ନିଜସ୍ବ ସରକାର ଗଠନର ସୁଯୋଗ ଦେବା ସମୟ ଉପନୀତ।
ଦୀର୍ଘ ୧ ଦଶନ୍ଧିର ବ୍ୟବଧାନ ପରେ ନିଜ ସରକାର ଗଢ଼ିବାକୁ ଯାଉଛନ୍ତି ଜମ୍ମୁ-କଶ୍ମୀରବାସୀ। ଏଥିପାଇଁ ଉପତ୍ୟକାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଲାଣି। ସିଇସି ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ-କଶ୍ମୀରର ସବୁ ରାଜନୈତିକ ଦଳ ବିଧାନସଭା ନିର୍ବାଚନ କରାଇବା ସପକ୍ଷରେ ମତ ଦେଇଛନ୍ତି। ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କୌଣସି ଅନ୍ତଃ କିମ୍ବା ବାହ୍ୟ ଶକ୍ତିକୁ ଗଣତାନ୍ତ୍ରିକ  ପ୍ରକ୍ରିୟାରେ ବାଧା ସୃଷ୍ଟି ପାଇଁ ଅନୁମତି ଦିଆଯିବ ନାହିଁ। ବିଧ୍ୱଂସକ ତତ୍ତ୍ୱଙ୍କୁ କଶ୍ମୀରବାସୀ ମୁହଁତୋଡ଼ ଜବାବ ଦେବେ। ଏଥିପାଇଁ ଆମେ ସମସ୍ତେ ପ୍ରସ୍ତୁତ ବୋଲି ଦୁଇ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାର ଏବଂ ଏସ୍‌.ଏସ୍‌. ସାନ୍ଧୁଙ୍କ ଉପସ୍ଥିତିରେ ସିଇସି ସ୍ପଷ୍ଟ କରିଛନ୍ତି। କମିଶନଙ୍କ ୩ ଜଣିଆ ପ୍ରତିନିଧି ଦଳ ଏହି ଗସ୍ତବେଳେ ନିର୍ବାଚନ ସକାଶେ ପ୍ରଶାସନିକ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଶୁକ୍ରବାର ଗସ୍ତର ଦ୍ୱିତୀୟ ଦିନରେ ପ୍ରତିନିଧି ଦଳ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଅଟଳ ଦୁଲ୍ଲୋ ଏବଂ ପୋଲିସ ମହାନିର୍ଦ୍ଦେଶକ ଆର୍‌.ଆର୍‌. ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି।
ଇତିମଧ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ୧୩୨ ସଦସ୍ୟ ବିଶିଷ୍ଟ ପ୍ରଚାର କମିଟି ଘୋଷଣା କରିଛି। ନିକଟରେ ଲୋକ ସଭାରେ ଭାଜପାର ହୁଇପ୍‌ ନିଯୁକ୍ତ ହୋଇଥିବା ଏମ୍‌ପି ଯୁଗଳ କିଶୋର ଶର୍ମାଙ୍କୁ ନିର୍ବାଚନ ପ୍ରଚାର କମିଟିରେ ଅଧ୍ୟକ୍ଷ ରଖାଯାଇଛି। ଜମ୍ମୁ-କଶ୍ମୀର ଭାଜପା ସଭାପତି ରବୀନ୍ଦ୍ର ରୈନା ଏବଂ ମାନିଫେଷ୍ଟୋ କମିଟିର ସଦସ୍ୟମାନେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ‘ଜମ୍ମୁ-କଶ୍ମୀରର ଆହ୍ବାନ’ ଶୀର୍ଷକ  ଦଳୀୟ ଇସ୍ତାହାର ଉନ୍ମୋଚନ କରିଛନ୍ତି। ସେହିପରି ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଳକ୍‌ ପକ୍ଷରୁ ମଧ୍ୟ ଜୁଲାଇ ୩୦ରେ ଆଗାମୀ ନିର୍ବାଚନ ପାଇଁ  ମିଳିତ ଇସ୍ତାହାର ପ୍ରକାଶ କରାଯାଇଛି।
ପ୍ରକାଶ ଯେ, ସୀମା ପୁନଃ ନିର୍ଦ୍ଧାରଣ ସମେତ ବିଭିନ୍ନ କାରଣରୁ କଶ୍ମୀର ବିଧାନସଭା ନିର୍ବାଚନ ହୋଇପାରି ନ ଥିଲା। ଡିଲିମିଟେଶନ୍‌ ପ୍ରକ୍ରିୟା ୨୦୨୦ ମାର୍ଚ୍ଚରେ ଆରମ୍ଭ ହୋଇ  ୨୦୨୨ ମେ’ରେ ସମ୍ପୂର୍ଣ୍ଣ ହୋଇଥିଲା। ବିଧାନସଭା ନିର୍ବାଚନ ପରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କ୍ଷମତା ସଙ୍କୁଚିତ ହୋଇଯିବା ଜାଣି କେନ୍ଦ୍ର ସରକାର ନିକଟରେ ଆଇନରେ ସଂଶୋଧନ ଆଣି ତାଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri