Categories: ଜାତୀୟ

ମୋଦିଙ୍କ ଏହି ଗୁଣ ଦେଖି ପାଗଳ ହୋଇଯାଇଛନ୍ତି ଫହିମ, ଏବେ ପ୍ରଧାନମନ୍ତ୍ରୀଙ୍କୁ ଟିକେ ଦେଖିବା ପାଇଁ କରୁଛନ୍ତି ଏମିତି କାମ

ଉଧମପୁର,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି। କିନ୍ତୁ ଜମ୍ମୁ-କଶ୍ମୀରରେ ତାଙ୍କର ଜଣେ ନିଆରା ପ୍ରଶଂସକ ଅଛନ୍ତି। ଫହିମ ନାଜିର ଶାହା ନାମକ ଏହି ୨୮ ବର୍ଷୀୟ ଯୁବ ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଚାଲି ଚାଲି ଯାଉଛନ୍ତି। ପ୍ରାୟ ୮୧୫ କିଲୋମିଟର ଏହି ଯାତ୍ରା ଜରିଆରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ତାଙ୍କୁ ଭେଟିବାର ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି। ଶ୍ରୀନଗରରେ ଜଣେ ଇଲେକ୍ଟ୍ରିସିଆନ୍‌ ଭାବରେ କାର୍ଯ୍ୟ କରୁଥିବା ଶାହା କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ପ୍ରଶଂସକ। ଶାହା ୨୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବା ପରେ ଉଧମପୁରରେ ପହଞ୍ଚିଥିଲେ। ଶ୍ରୀନଗରର ଶଲିମର ଅଞ୍ଚଳରୁ ଆସିଥିବା ଶାହା ଦୁଇ ଦିନ ପୂର୍ବେ ଆରମ୍ଭ ହୋଇଥିବା ତାଙ୍କ ଗସ୍ତ ସମୟରେ କିଛି ସମୟ ବିରତି ନେବା ପାଇଁ ଏଠାରେ ପହଞ୍ଚିଥିଲେ। ଏହି କଷ୍ଟଦାୟକ ଯାତ୍ରା ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ତାଙ୍କର ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି।
ଶାହା କହିଛନ୍ତି, ମୁଁ ତାଙ୍କୁ (ମୋଦି) ଭେଟିବା ପାଇଁ ପାଦରେ ଚାଲି ଚାଲି ଦିଲ୍ଲୀ ଯାଉଛି ଏବଂ ମୁଁ ଆଶା କରୁଛି ଯେ ମୁଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ମୋର ସ୍ବପ୍ନ ବୋଲି ସେ କହିଛନ୍ତି। ସେ ଗତ ଚାରି ବର୍ଷ ଧରି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରୁଛନ୍ତି ଏବଂ ତାଙ୍କର ଭାଷଣ ଏବଂ କାର୍ଯ୍ୟ ମୋ ହୃଦୟକୁ ସ୍ପର୍ଶ କରିଛି। ଥରେ ଯେତେବେଳେ ପ୍ରଧାନମନ୍ତ୍ରୀ ରାଲିରେ ଭାଷଣ ଦେଉଥିଲେ, ସେତେବେଳେ ସେ ‘ଆଜାନ’ ଶୁଣିବା ପରେ ହଠାତ୍‌ ଅଟକିଗଲେ। ଏହା ଦେଖି ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆମ ପ୍ରଧାନମନ୍ତ୍ରୀଙ୍କ ସେହି କାର୍ହ୍ୟ ମୋ ହୃଦୟକୁ ଛୁଇଁଲା ଏବଂ ମୁଁ ତାଙ୍କର ପ୍ରଶଂସକ ହୋଇଗଲି ବୋଲି ଶାହା କହିଛନ୍ତି।

Share