ଆତଙ୍କବାଦୀ ଶାଲୋବାରଙ୍କୁ ହତ୍ୟା

ଇସଲାମାବାଦ,୫ ।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କ ନିଧନ ହୋଇଛି । ଅଞ୍ଜାତ ବନ୍ଧୁକଧାରୀ ଖେବର ପଖତୁନୱାରେ ଆତଙ୍କବାଦୀ କମାଣ୍ଡର ସୈୟଦ ନୁର ଶାଲେବାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଛନ୍ତି । ଏହା ପୂର୍ବରୁ ଖାଲିଦ ରଜା ଓ ବଶିର ଅହମଦଙ୍କୁ ବି ପାକିସ୍ତାନରେ ହତ୍ୟା କରାଯାଇଛି । ଏହି ୩ ଜଣ ହିଁ ଭାରତରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ ।
ଏହାପରେ ପାକିସ୍ତାନରେ ଲୁଚି ରହିଥିବା ଭାରତର କେତେଜଣ ଶତ୍ରୁ ଭୟଭୀତ ହୋଇଯାଇଛନ୍ତି । କାରଣ ଆତଙ୍କବାଦୀ ସଲାହୁଦ୍ଦିନଙ୍କୁ ପାକିସ୍ତାନ ସେନା ସୁରକ୍ଷା ପାଇଁ ବୁଲେଟ ପ୍ରୁଫ କାର ବି ଦେଇଛି । ରିପୋର୍ଟ ଅନୁଯାୟୀ, ଦେବାଳିଆ ପାକିସ୍ତାନରେ ଏହି ଆତଙ୍କବାଦୀଙ୍କୁ ମାରିବାକୁ ନେଇ ନିଜକୁ ଦାୟୀ କରିଛି ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମି ।
ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମି ଏବେ ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ବଳରେ ସ୍ୱାଧିନତା ହାସଲ କରିବାକୁ ଶପଥ ନେଇଛି । ଏହି କାରଣ ପାଇଁ ପାକିସ୍ତାନ ତା’ର ପାଳିତ ଆତଙ୍କବାଦୀଙ୍କ ହତ୍ୟାକୁ ନେଇ ଚିନ୍ତାରେ ପଡିଯାଇଛି । ଏହା ପୂର୍ବରୁ ସିନ୍ଧୁ ଦେଶ ରିଭୋଲ୍ୟୁସନାରୀ ଆର୍ମିର ଚର୍ଚ୍ଚା ସେବେ ହୋଇଥିଲା ଯେତେବେଳେ ସେପ୍ଟେମ୍ବର ୨୦୨୨ରେ କରାଚିରେ ଏକ ଚାଇନା ଡେଣ୍ଟାଲ କ୍ଲିନିକ ଉପରେ ଆକ୍ରମଣ ହୋଇଥିଲା । ସେହି ଆକ୍ରମଣରେ ରୋନାଲ୍ଡ ରେମଣ୍ଡ ଚାଉ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ଡାକ୍ତର ରିଚାର୍ଡ ହୁ ଓ ତାଙ୍କ ପତ୍ନୀ ଫ୍ୟାନ ଟେୟିନ ଗୁରୁତର ଆହତ ହୋଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?