Categories: ଜାତୀୟ

ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର ରହିଛି ବୋଲି ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି)ର ମୁଖପାତ୍ର ଏମ୍‌.ଓ୍ବାଇ. ତାରିଗାମି ଗଣମାଧ୍ୟମକୁ କହିଛନ୍ତି।

ଏହି ଉପତ୍ୟକାରେ କାଶ୍ମୀରୀ ମୁସଲମାନମାନଙ୍କ ପରି କାଶ୍ମୀରୀ ପଣ୍ଡିତଙ୍କର ମଧ୍ୟ ସମାନ ଅଧିକାର ରହିଛି। ସେ କହିଛନ୍ତି, ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଛି। ଏହାପୂର୍ବରୁ ଆତଙ୍କବାଦୀମାନେ ରିୟାଜଙ୍କୁ ମଧ୍ୟ ହତ୍ୟା କରିଥିଲେ। ଏଭଳି ଘଟଣାକୁ ଭୟ କରି ନିଜ ଘର ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଭାବେ ଲଢ଼ିବା ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ।

ଏହା ତୁମର ଘର, ଏହା ମୋର ଘର। ଆମେ ଏହି ଦୁଃଖଦ ଘଟଣାକୁ ଏକାଠି ସହୁଛେ। ଏହାର ବିରୋଧରେ ମିଳିତ ଭାବେ ଛିଡ଼ା ହେବାର ସମୟ ଆସିଛି। ଧର୍ମବର୍ଣ୍ଣ ନିର୍ବିଶେଷରେ ମିଳିତ ଭାବେ ଆମେ ଆତଙ୍କବାଦ ବିରୋଧ କରିବା ଜରୁରୀ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ରାଜ୍ୟପାଳ ମନୋଜ ସିହ୍ନା ଜମ୍ମୁ-କଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ଏବଂ ସାଧାରଣ ସମ୍ପାଦକ ଅଶୋକ କୌଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ମଧ୍ୟ ଭେଟିଛନ୍ତି। ଭାଜପା ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଦାଖଲ କରି ପ୍ରଧାନମନ୍ତ୍ରୀ ପ୍ୟାକେଜ ସମ୍ପର୍କିତ କର୍ମଚାରୀଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ପ୍ୟାକେଜ ଅନ୍ତର୍ଗତ କର୍ମଚାରୀଙ୍କ ପଦୋନ୍ନତି ସମ୍ବନ୍ଧୀୟ ଅଭିଯୋଗ ଉପରେ ଦୃଷ୍ଟି ଦେବାକୁ ଭାଜପା ନେତାମାନେ ରାଜ୍ୟପାଳଙ୍କୁ କହିଛନ୍ତି।

Share