Posted inଜାତୀୟ

କଶ୍ମୀର ପଣ୍ଡିତ ଅସୁରକ୍ଷିତ, ଉପରାଜ୍ୟପାଳ ବିଫଳ, ଜବାବ ଦିଅନ୍ତୁ ମୋଦି-ଶାହା, ଓଓ୍ବାଇସିଙ୍କ ଦାବି…

ନୂଆଦିଲ୍ଲୀ, ୧୬।୮ : କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ପୁଣି ଥରେ ଜମ୍ମୁ-କଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାକ ନେଇୁ ଆସାଦୁଦ୍ଦିନ ଓୱାଇସି କେନ୍ଦ୍ର ସରକାର ଏବଂ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି।

ଭାଜପା ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ବିଫଳ ହୋଇଛନ୍ତି। ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଅନ୍ତୁ ବୋଲି ଓଓ୍ବାଇସି ଦାବି କରିଛନ୍ତି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ନୀତି ଯୋଗୁ କଶ୍ମୀର ପଣ୍ଡିତ ପୁଣି ଅସୁରକ୍ଷିତ ହୋଇ ପଡ଼ିଥିବା ସେ କହିଛନ୍ତି। ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଗଲା କାରଣ ଏହା ଦ୍ୱାରା କଶ୍ମୀରୀ ପଣ୍ଡିତମାନଙ୍କୁ ଉପକୃତ କରିବ ଏବଂ ସେମାନେ ଶାନ୍ତିରେ ରହିବେ।

ବହୁ ବର୍ଷର ପରିଶ୍ରମ ପରେ କାଶ୍ମୀରୀ ପଣ୍ଡିତମାନେ ଫେରି ଆସିଥିଲେ, କିନ୍ତୁ ସେମାନେ ଏବେ ଆତଙ୍କିତ ଅବସ୍ଥା ମଧ୍ୟରେ ରହିଛନ୍ତି। ବର୍ତ୍ତମାନ କାଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡି ଯିବାକୁ ଚେଷ୍ଟା କରୁଛନ୍ତି। ଏହା ମୋଦି ସରକାରଙ୍କ ବିଫଳତାର ଆଉ ଏକ ଉଦାହରଣ। ଏଥିପାଇଁ ଭାଜପା ସରକାର ସମ୍ପୂର୍ଣ୍ଣ ଦାୟୀ। ସରକାର କାଶ୍ମୀରୀ ପଣ୍ଡିତଙ୍କ ଜୀବନ ରକ୍ଷା କରିବାରେ ଅସଫଳ ରହିଥିବା ଏହା ପ୍ରମାଣିତ କରୁଛି।

ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ଆପଣମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଶ୍ମୀରୀ ପଣ୍ଡିତଙ୍କ ସହ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶୋପିଆନ୍‌ରେ ହୋଇଥିବା ଆକ୍ରମଣକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରି ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଘୋଷଣା କରିଛନ୍ତି।

ନ୍ୟାଶନାଲ କନଫରେନ୍ସ ନେତା ତନଭୀର ସାଦିକ କହିଛନ୍ତି ଯେ ଆତଙ୍କବାଦୀଙ୍କ ଯୋଗୁଁ ସମସ୍ତ ସମ୍ପ୍ରଦାୟର ଲୋକେ ଭୟ କରୁଛନ୍ତି। ତେଣୁ ସେମାନେ ଜୀବନ ଭୟରେ କଶ୍ମୀରୀ ପଣ୍ଡିତଙ୍କୁ ସାହାଯ୍ୟ କରପାରୁ ନାହାନ୍ତି। କାଶ୍ମୀର ପଣ୍ଡିତମାନେ ଜମ୍ମୁ-କଶ୍ମୀରରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଏବଂ ଏହା ଏକ ବଡ଼ ଚିନ୍ତାର ବିଷୟ।

ଗଣମାଧ୍ୟମର ଖବର ଅନୁଯାୟୀ ଆତଙ୍କବାଦୀମାନେ ସେଓ ବଗିଚାରେ ପ୍ରବେଶ କରି ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ନାମ ପଚାରିଥିଲେ ଏବଂ ସେମାନେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri