Categories: ଜାତୀୟ

ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ

ଜମ୍ମୁ,୧୫ ।୧୦: ଜମ୍ମୁ-କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ କଶ୍ୱୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି । ଶୋପିଆନରେ ଚୌଦରିଗୁଡ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରାଯାଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ପୁରଣ କୃଷ୍ଣ ।
କଶ୍ମୀରରେ ଲଗାତାର ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଅଗଷ୍ଟରେ ସ୍ୱତନ୍ତ୍ରତା ଦିବସରେ ଘାଟିରେ ତ୍ରିରଙ୍ଗା ଉଡିବା ପରେ ଆତଙ୍କବାଦୀମାନେ ଅସ୍ତବ୍ୟସ୍ତ ହୋଇପଡି ୨ ଜଣ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ । ଏହି ମାମଲାକୁ ନେଇ ଘାଟିର ଲୋକେ ପୂର୍ବରୁ କ୍ରୋଧରେ ରହିଛନ୍ତି ।

Share