Posted inଜାତୀୟ

ହିନ୍ଦୁ ପରିଚୟ ଦେଇ ମଧ୍ୟପ୍ରଦେଶ ଯୁବତୀଙ୍କୁ ବିବାହ କଲେ କଶ୍ମୀର ମୁସଲିମ୍‌ ଯୁବକ; ତାପରେ…

ଗ୍ବାଲିଅର, ୧୮।୮: ଦେଶରେ ପୁଣିଥରେ ‘ଲଭ୍‌ ଜିହାଦି’ ମାମଲା ସାମ୍ନାକୁ ଆସିଛି। ଏଥର ଲଭ୍‌ ଜିହାଦିର ଶିକାର ହୋଇଛନ୍ତି ମଧ୍ୟପ୍ରଦେଶ ଗ୍ବାଲିଅରର ଜଣେ ଯୁବତୀ। ଅଭିଯୁକ୍ତ କଶ୍ମୀର ଯୁବକ ନିଜକୁ ହିନ୍ଦୁ ବୋଲି ଦର୍ଶାଇ ବିବାହ କରିନେଇଥିଲେ। ଏହାପରେ ସେ ଯୁବତୀଙ୍କୁ ସାଥୀରେ ଧରି କଶ୍ମୀର ଚାଲିଯାଇଥିଲେ ଏବଂ ସେଠାରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରିଦେଇଥିଲେ। କେବଳ ଏତିକି ନୁହେଁ ଏହାପରେ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ ଯୁବକ। ତେବେ କୌଣସିମତେ ଯୁବତୀଜଣଙ୍କ ସୋସିଆଲ ମିଡିଆ ଜରିଆରେ ସମସ୍ତ ଘଟଣା ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ। ଯେତେବେଳେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଗ୍ବାଲିଅରସ୍ଥିତ ହିନ୍ଦୁ ସଙ୍ଗଠନ କଶ୍ମୀର ହିନ୍ଦୁ ସଙ୍ଗଠନର ସହାୟତା ଲୋଡ଼ିଥିଲା। ଏହାପରେ ପୁଞ୍ଚର ମହିଳା ସଙ୍ଗଠନ ଯୁବତୀଙ୍କୁ ନେଇ ସୁରନକୋଟ ଥାନାରେ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିଲେ। ପରେ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଯୁବତୀଜଣଙ୍କ କହିଛନ୍ତି ଯେ, ସେ ଗ୍ବାଲିଅରରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ଛ’ ମାସ ତଳେ ସେ ଜୟପୁର ଯାଇଥିଲେ। ସେଠାରେ ତାଙ୍କର କଶ୍ମୀରର ଜଣେ ଯୁବକଙ୍କ ସହ ପରିଚିତ ହୋଇଥିଲା। ଯୁବକଜଣଙ୍କ ନିଜକୁ ସାହିଲ କୁମାର ବୋଲି ପରିଚୟ ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା ଏବଂ ପରେ ଏହା ବିବାହରେ ପରିଣତ ହୋଇଥିଲା। ବିବାହ ସମୟରେ ମଧ୍ୟ ଯୁବକଜଣଙ୍କ ନିଜର ଧର୍ମ ଲୁଚାଇଥିଲେ। କିନ୍ତୁ ଯେତେବେଳେ ଯୁବତୀଜଣଙ୍କ ଯୁବକଙ୍କ ସହ କଶ୍ମୀର ଯାଇଥିଲେ ସେଠାରେ ଅସଲ ଘଟଣା ସାମ୍ନାକୁ ଆସିଥିଲା। ଯୁବକଙ୍କ ନାମ ସୌକତ୍‌ ଅଲୀ ଖାନ୍‌ ବୋଲି ଜାଣିଥିଲେ। ଏହାପରେ ଯୁବତୀଜଣଙ୍କ ସେଠାରୁ ଆସିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇ ନିକ୍‌ହା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri