Categories: ଜାତୀୟ

ଟାର୍ଗେଟ କିଲିଂ ମଧ୍ୟରେ ୧୭୭ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ସ୍ଥାନାନ୍ତର

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ମଧ୍ୟରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କିମ୍ବା ବ୍ୟବସ୍ଥିତ କରାଯାଇଥିବା ଜଣାପଡ଼ିଛି। ଶ୍ରୀନଗର ସ୍ଥିତ ମୁଖ୍ୟ ଶିକ୍ଷାଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ ଏନେଇ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଘାଟିରେ ଆତଙ୍କବାଦୀମାନେ ଲଗାତର ଭାବେ କଶ୍ମୀରୀ ପଣ୍ଡିତ ଓ ପ୍ରବାସୀ ଶମିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି। ଯାହାକୁ ନେଇ ଘାଟିରେ କଶ୍ମୀରୀ ପଣ୍ଡିତମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଫଳରେ ସେମାନେ ଉପତ୍ୟକାରୁ ପଳାୟନ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ତେବେ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

Share