ନୂତନ ଭାରତର କଶ୍ମୀର

୪ବର୍ଷ ପୂର୍ବେ, ଯେତେବେଳେ କଶ୍ମୀରରୁ ୩୭୦ ଅନୁଚ୍ଛେଦ ହଟାଇ ନିଆଯାଇଥିଲା ସେତେବେଳେ ସ୍ତମ୍ଭକାର ପ୍ରତାପଭାନୁ ମେହେଟ୍ଟା ଲେଖିଥିଲେ, ‘ଭାଜପା କଶ୍ମୀରକୁ ଭାରତୀୟକରଣ କରିବାକୁ ଯାଉଛି ବୋଲି ଭାବୁଛି’। କିନ୍ତୁ ଏହା ବଦଳରେ ଆମେ ସମ୍ଭବତଃ ଭାରତର କଶ୍ମୀରୀକରଣକୁ ଦେଖିଛୁ। ଭାରତୀୟ ଗଣତନ୍ତ୍ରର କାହାଣୀ ରକ୍ତ ଏବଂ ବିଶ୍ୱାସଘାତକତାରେ ଲେଖାଯାଇଛି। ସ୍ଥାନୀୟ ଲୋକଙ୍କୁ ହଟାଇଦେଇ କଶ୍ମୀରର ଭାରତୀୟକରଣ ନିୟମିତ ଭାବେ କରାଯାଇଛି। ମୁଁ ୨ ବର୍ଷ ପୂର୍ବେ ଏକ ପୁସ୍ତକ ଲେଖିଥିଲି ଯେଉଁଥିରେ ସ୍ଥାନୀୟ ମୁଖ୍ୟ ମନୋଜ ସିହ୍ନାଙ୍କ ଅଧୀନରେ କଶ୍ମୀରର ଉଚ୍ଚ ଅମଲାତନ୍ତ୍ରକୁ କେଉଁମାନେ ଚଳାଉଥିଲେ ତାହା ପ୍ରକାଶ ପାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ- ଗୃହ ଏବଂ ରାଜସ୍ବ: ଶାଲିନ କାବ୍ରା; ଅର୍ଥ: ଅରୁଣ କୁମାର ମେହେଟ୍ଟା; ସାଧାରଣ ପ୍ରଶାସନ ଏବଂ ଶିଳ୍ପ ଓ ବାଣିଜ୍ୟ: ମନୋଜ କୁମାର ଦ୍ୱିବେଦୀ; ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର: ଅଚଳ ସେଠୀ ପ୍ରମୁଖ ଅଧିକାରୀମାନେ। ଦାୟିତ୍ୱରେ ଥିବା କଶ୍ମୀରର ଅଧିକାରୀମାନେ ହେଲେ ରେହାନା ବାତୁଲଙ୍କୁ ଆଦିବାସୀ ବ୍ୟାପାର; ପୁଷ୍ପ ବିଭାଗ, ଉଦ୍ୟାନ ଏବଂ ପାର୍କ: ଶେଖ୍‌ ଫୟାଜ ଅହମ୍ମଦ; ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା: ଅଟଳ ଇୟର୍ସ ଦୁଲ୍ଲୋ; ଷ୍ଟେଶନାରି ଏବଂ ଯୋଗାଣ ଅବଦୁଲ ମାଜିଦ୍‌ ଭଟ୍ଟ; ଗ୍ରାମୀଣ ବିକାଶ: କାଜି ସାର୍‌ଓ୍ବର, ବେସାମରିକ ବିମାନ ଚଳାଚଳ: ରୁକ୍‌ସାନା ଘନି; ସଂସ୍କୃତି: ସରମାଦ୍‌ ହାଫିଜ; ମତ୍ସ୍ୟଚାଷ: ବସିର ଅହମ୍ମଦ ଭଟ୍ଟ ଏବଂ ଉଦ୍ୟାନ କୃଷି: ଅଜାଜ୍‌ ଅହମ୍ମଦ ଭଟ୍ଟ। ଏହି ସ୍ତମ୍ଭ ଲେଖିବା ପାଇଁ ମୁଁ ସମାନ ୱେବ୍‌ସାଇଟ୍‌କୁ ଫେରି ୨୦୧୯ର ୪ ବର୍ଷ ପରେ ସମାନ କଥା ଦେଖିବାକୁ ପାଇଲି। ସେଥିରେ ବି ଅରୁଣ କୁମାର ମେହେଟ୍ଟା, ଅଚଳ ସେଠୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ପାଇଲି। ଅବଶ୍ୟ, ବାହାର ଲୋକମାନଙ୍କ ଦ୍ୱାରା କରାଯାଉଥିବା ନିୟନ୍ତ୍ରଣ ଉପରେ କୌଣସି ମନ୍ତବ୍ୟ ଦିଆଯାଇ ନ ଥିଲା କି ରିପୋର୍ଟ କରାଯାଇ ନ ଥିଲା କିମ୍ବା ମିଡିଆର ଖୁବ୍‌ କମ୍‌ ଲୋକଙ୍କ ବ୍ୟତୀତ କେହି ଏହା ଜାଣି ନ ଥିଲେ। ତେବେ ଅଣ-ସ୍ଥାନୀୟ ଅଧିକାରୀଙ୍କଠାରୁ କିଛି ବି ଆଶା ନ କରାଯାଇ ପାରେ ବୋଲି ୨୦୨୧ରେ ସିଭିଲ ସୋସାଇଟିର ଜଣେ କଶ୍ମୀରୀ ବ୍ୟକ୍ତିଙ୍କ ମନ୍ତବ୍ୟରେ ରାଗିଯାଇ ଗଣ୍ଡରବାଲ୍‌ର ଡେପୁଟି କମିଶନର କ୍ରିତିକା ଜ୍ୟୋତ୍ସ୍ନାଙ୍କ ନିର୍ଦ୍ଦେଶରେ ତାଙ୍କୁ ଜେଲ ପଠାଇଦିଆଯାଇଥିଲା।
ଯେତେବେଳେ ମୁଁ ଜୁଲାଇ ୨୦୨୧ରେ ନିର୍ବାଚନ ବିଭାଗର ଲିଙ୍କ୍‌ – ceojammukashmir.nic.inକୁ ଯାଞ୍ଚ କରିଥିଲି, ତାହା କେବଳ କାମ କରୁ ନ ଥିବା ଦେଖିବାକୁ ପାଇଥିଲି। ଏହା ସହ ବ୍ରାଉଜର ଚେତାବନୀ ଦେଇଥିଲା: ‘ଏହି ୱେବ୍‌ସାଇଟ୍‌ ହୁଏତ ଆପଣଙ୍କର ବ୍ୟକ୍ତିଗତ କିମ୍ବା ଆର୍ଥିକ ତଥ୍ୟ ଚୋରି କରିବା ପାଇଁ ceojammukashmir.nic.inକୁ ବଦଳାଇଦେଇପାରେ। ତୁମେ ପୂର୍ବ ପେଜ୍‌କୁ ଫେରିଯିବା ଉଚିତ।’ ଏବେ, ଅଗଷ୍ଟ ୨୦୨୩ ରେ ଏପର୍ଯ୍ୟନ୍ତ ୱେବ୍‌ସାଇଟ୍‌ ଖୋଲାନାହିଁ କି କଶ୍ମୀରର ଗୃହ ବିଭାଗ ପାଇଁ ଉଦ୍ଦିଷ୍ଟ ଲିଙ୍କ୍‌ https://www.jkhome.nic.in ଖୋଲିନାହିଁ। ଖୋଲିବାକୁ ଚେଷ୍ଟାକଲେ ‘ଏହି ସଂଯୋଗ ବ୍ୟକ୍ତିଗତ ନୁହେଁ’ ବୋଲି ଦର୍ଶାଇ ଭ୍ରମ ସୃଷ୍ଟିକରେ। ସେତେବେଳେ ମେହେଟ୍ଟା ଯାହା ପୂର୍ବାନୁମାନ କରିଥିଲେ ଏହି ସମୟରେ ସେହିଭଳି କଶ୍ମୀରକରଣ ଘଟିଲା। ଗଣତନ୍ତ୍ର କଠିନ ଓ ଦ୍ୱନ୍ଦ୍ୱାମତ୍କ ଏବଂ ଏଥିପାଇଁ ଇଚ୍ଛା ଥିଲେ ମଧ୍ୟ ଶାସନ କଷ୍ଟସାଧ୍ୟ, ଯାହା ବହୁ ସମୟରେ ସମ୍ଭବ ହୋଇ ନ ଥାଏ। ଉତ୍ତମ ଶାସନ ନିୟମ ଅନୁସରଣ କରିବା ଏବଂ ଆଇନର ନିୟମ ପ୍ରୟୋଗ ଆବଶ୍ୟକ କରେ। ଏପରିକି ସବୁଠୁ ଦକ୍ଷ ସରକାରଙ୍କ ପାଇଁ ଏହା କରିବା ସହଜ ନୁହେଁ। କଶ୍ମୀରରେ ଉତ୍ତମ ଶାସନ ପରିବର୍ତ୍ତେ ଯାହା ବିକଳ୍ପ ବ୍ୟବସ୍ଥା କରାଯାଇଛି ସେଥିରେ ଗଣତନ୍ତ୍ରକୁ ପୂରା ହଟାଇ ଦିଆଯାଇଛି। ମଣିପୁର କିମ୍ବା ଗୁରୁଗାଓଁ ବା ଉତ୍ତରପ୍ରଦେଶ କଥା ଦେଖନ୍ତୁ। ଦୋଷୀ ସାବ୍ୟସ୍ତ ହେବା ଅପେକ୍ଷା ଅଧିକ ଦୋଷମୁକ୍ତ ହେଉଥିବାରୁ ସେଠାରେ ମାମଲା ଦାୟର କରିବା କିମ୍ବା ବିଚାରକରିବା କଷ୍ଟକର। ଫଳରେ ନ୍ୟାୟିକ ବ୍ୟବସ୍ଥା ବାହାରେ ସେଠାରେ ଲୋକଙ୍କୁ ଦଣ୍ଡ ଦେବା ସହଜ ମନେକରାଯାଉଛି। ସେଥିପାଇଁ ନ୍ୟାୟିକ ବିଚାର ବଦଳରେ ବୁଲ୍‌ଡୋଜରଗୁଡ଼ିକୁ ପସନ୍ଦ କରାଯାଇଛି। ଉତ୍ତରପ୍ରଦେଶରେ ଅଭିଯୁକ୍ତମାନଙ୍କ ଗୋଡ଼କୁ ଗୁଳି କରାଯାଉଛି। ନ୍ୟାୟିକ ହେପାଜତରେ ଥିବା ଅଭିଯୁକ୍ତମାନଙ୍କୁ ଗୁଳିକରି ହତ୍ୟା କରାଯାଉଛି। ଏପରିକି ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଘଟୁଛି। ନୂଆ ଭାରତରେ ଏହା ହେଉଛି ଆଇନର ଶାସନ। କିନ୍ତୁ କଶ୍ମୀରବାସୀ ଏଭଳି କାର୍ଯ୍ୟ ସମ୍ପର୍କରେ ବହୁ ପୂର୍ବରୁ ଅଭ୍ୟସ୍ତ ଥିଲେ।
ଗଣତନ୍ତ୍ରର ମାଆ କୁହାଯାଉଥିବା ଭାରତ ଇଣ୍ଟରନେଟ୍‌ ବନ୍ଦରେ ବିଶ୍ୱରେ ସବୁଠୁ ଆଗରେ। ଗତ ୬ବର୍ଷ ଧରି ଏହି କ୍ଷେତ୍ରରେ ଶୀର୍ଷରେ ରହିଆସିଛି। ନାଗରିକମାନଙ୍କ ପାଇଁ ଏହା ଏକ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ଏଥିରେ ବାଧା ଦିଆଯାଉଛି। କଶ୍ମୀର ଶାସନର ଦୋଷକୁ ପଦାକୁ ଆଣିଲା। ଯଦି ମଣିପୁରୀ ଏବଂ ହରିୟାଣାବାସୀ ଏବେ ଏହାକୁ ଲୋକଲୋଚନକୁ ଆଣିପାରୁଛନ୍ତି, ତାହା ସେଠାକାର ମଡେଲ ଯୋଗୁ ସମ୍ଭବ ହେଉଛି। ୩୭୦ ଅନୁଚ୍ଛେଦ ଉଚ୍ଛେଦ ପରେ କଶ୍ମୀରରେ ଇଣ୍ଟରନେଟ୍‌ ୧୭ ମାସ ପାଇଁ ବନ୍ଦ କରାଯାଇଥିଲା (କଶ୍ମୀର ପୃଥିବୀର ଏକମାତ୍ର ଅଂଶ ଯେଉଁଠି କୋଭିଡ୍‌ ସମୟରେ ପିଲାଙ୍କ ଅନ୍‌ଲାଇନ ଶିକ୍ଷା ଉପରେ କଟକଣା ଲଗାଯାଇଥିଲା। ଅନ୍ୟତ୍ର, ଗଣତାନ୍ତ୍ରିକ ବିରୋଧକୁ ହଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସଂସଦକୁ ବାରଣ କରାଯିିବାରେ ସବୁଠାରୁ ପ୍ରଭାବୀ ଉପାୟ ଆପଣାଇବା ଦେଖିବାକୁ ମିଳେ। ହେଲେ ଏଠାରେ ଏଭଳି ଗଣତାନ୍ତ୍ରିକ ପଦ୍ଧତିକୁ ଅନୁସରଣ କରିବା ପରିବର୍ତ୍ତେ ଲୋକ ସଭାରେ ବିତର୍କକୁ ଏଡ଼ାଇବା ଲକ୍ଷ୍ୟ କରାଯାଉଛି। ସାଧାରଣ ଭାବରେ ଏହା ଏକ ନୀତି ଭାବେ ଗ୍ରହଣୀୟ ହୋଇଯାଇଛି। ନୂତନ ଭାରତ କାହିଁକି ନୂଆ, ତାହାର କୌଣସି ସଂଜ୍ଞା ନେଇ ଆସିନାହିଁ। ବରଂ ଏହା ଅନେକ ନିର୍ଦ୍ଦେଶକୁ ନେଇ ଆସିଛି ଯାହା ଦେଶ ଜାରି କରିଚାଲିଛି ଓ ତାହାର ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବାରେ କଶ୍ମୀର ହେଉଛି ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri