Categories: ଜାତୀୟ

କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଅପରେଶନ ଆରମ୍ଭ କରାଯାଇଥିଲା । ଫଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବାକୁ ସୁରକ୍ଷାକର୍ମୀ ସଫଳ ହୋଇଥିଲେ । ଅନ୍ୟ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି ।
ସୂଚନାଯୋଗ୍ୟ, ଅମରନାଥ ଯାତ୍ରାକୁ ନଜରରେ ରଖି ସମ୍ପୂର୍ଣ୍ଣ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ବି କରାଯାଇଛି । ନିକଟରେ ହୋଇଥିବା ଟାର୍ଗେଟ କିଲିଂ ସୁରକ୍ଷାକର୍ମୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେବେ ଆତଙ୍କବାଦୀଙ୍କୁ ଦମନ କରିବାକୁ ଲଗାତାର ଭାବେ ସେନା ସର୍ଚ୍ଚ ଅପରେଶନ ଜାରି ରଖିଛି ।

Share