Categories: ଜାତୀୟ

କଶ୍ମୀର ଆଇଏସ୍‌ ସଂଗଠନର ପର୍ଦ୍ଦାଫାଶ୍‌: ୫ ଗିରଫ

ଶ୍ରୀନଗର, ୨୩।୮: କଶ୍ମୀରରେ ଗଠିତ ହୋଇଥିତ୍ବା ଏକ ଆଇଏସ୍‌ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଘଟଣାରେ ସଂଗଠନ ସହିତ ସମ୍ପୃକ୍ତି ଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଆଇଏସ୍‌ ସଂଗଠନ ଭଳି ଏଠାରେ ଇସଲାମିକ୍‌ ଷ୍ଟେଟ୍‌ ଅଫ୍‌ ଜମ୍ମୁ ଆଣ୍ଡ କଶ୍ମୀର ଗଠନ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ବନ୍ଦିପୋରା ଅଞ୍ଚଳରୁ ଗିରଫ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ କହିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନର କ୍ଷେତ୍ରୀୟ ଶାଖା ଭାବେ ଇସଲାମିକ୍‌ ଷ୍ଟେଟ୍‌ ଅଫ୍‌ ଜମ୍ମୁ ଆଣ୍ଡ କଶ୍ମୀର କାର୍ଯ୍ୟ କରୁଥିବା ପୋଲିସ ସୂଚନା ଦେଇଛି। ଗିରଫ ସଦସ୍ୟଙ୍କୁ ପଚରା ଉଚରା ଜାରି ରହିଛି।

Share