ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସହରରେ ଖୁବ ନିକଟବର୍ତ୍ତୀ ଅଞ୍ଚଳରେ ଉକ୍ତ ସ୍ଥାନ ରହିଛି। ସେଠାକାର ଦୁର୍ଗନ୍ଧ ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି। ପଲ ପଲ ଘୁଷୁରି ବି ସେଠାରେ ରହୁଛନ୍ତି। ମଶା ପାଦ୍ରୁଭାବ ବଢ଼ୁଛି। ଡେଙ୍ଗୁ ବ୍ୟାପିବାର ସମ୍ଭାବନା ବୃଦ୍ଧି ପାଉଥିବା ବେଳେ ଏନ୍‌ଏସି ପ୍ରଶାସନ ଡମ୍ପିଂୟାର୍ଡ ଲାଗି ଅନ୍ୟତ୍ର ଜାଗା ବାଛିବା ସକାଶେ ପଦକ୍ଷେପ ନେଉନାହିଁ। ସୂଚନା ଅନୁସାରେ, ବର୍ତ୍ତମାନ ଆବର୍ଜନା ଫିଙ୍ଗା ଯାଉଥିବା ସ୍ଥାନଟି ଏକ ପଟ୍ଟାଜମି ଓ ତାହା ଜଣଙ୍କର ନାମରେ ରହିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାଶୀନଗର ସହର ରାଜପୁର ଗ୍ରାମ ମଧ୍ୟରେ ଥିବା ସରକାର ଜମିକୁ ଡପିଂୟାର୍ଡ଼ ରୂପେ ବ୍ୟବହାର କରାଗଲେ ସମସ୍ୟା କମିବ। ତେଣୁ ପ୍ରଶାସନ ଏହି ଦିଗରେ ବିଚାର କରିବା ଉଚିତ। ସେହିପରି ମଶା ପାଦ୍ରୁଭାବ ରୋକିବା ପାଇଁ ଧୂଆଁ ଛଡ଼ା ମେସିନ ଥିଲେ ମଧ୍ୟ ତାହା ବ୍ୟବହୃତ ନ ହୋଇ ପଡିରହିଥିବା ଅଭିଯୋଗ ହେଉଛି। ୨ଟି ପୁରୁଣା ଟ୍ରାକ୍ଟର ଇଞ୍ଜିନ ଓ ଡାଲା ୪ ପୁରୁଣା ୱାଟର ଟେଙ୍କର, ଗୋଟିଏ ପାଇଖାନା ଟାଙ୍କି ସଫା କରିବା ମେଶିନ ବିଜୁ କଲ୍ୟାଣ ମଣ୍ଡପ ନିକଟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ପଡି ରହି ସହରର ସୌନ୍ଦର୍ଯ୍ୟ ହାନି ଘଟାଉଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

Video: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

ସାଉଦି ଆରବର ଶରଣ ପଶିଲାଣି ପାକିସ୍ତାନ! ତାଲିବାନ ଆକ୍ରମଣ ଆଶଙ୍କାରେ ରିୟାଦ ସହ ଯୋଗାଯୋଗ କଲାଣି ପାକ୍‌

ଇସଲାମାବାଦ,୨୭।୨: ତାଲିବାନ ସହିତ ଶତ୍ରୁତା ଆରମ୍ଭ ହେବା ପରେ, ପାକିସ୍ତାନ ସାଉଦି ଆରବ ସହିତ ଯୋଗାଯୋଗ କରିଛି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ।…

ମଦ ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେବା ପରେ ଟ୍ରେଣ୍ଡ କଲେଣି କେଜରିୱାଲ, ଭାଜପାକୁ ପ୍ରଶ୍ନ ପଚାରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ରାଜନୀତିର ସବୁଠାରୁ ବିବାଦୀୟ ମାମଲା ମଧ୍ୟରୁ ଗୋଟିଏ, କଥିତ ମଦ ନୀତି ଦୁର୍ନୀତିରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରାଯାଇଛି। ଏହି…

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri