ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଏକତା କପୁରଙ୍କ ଧାରାବାହିକ ‘କସୌଟି ଯିନ୍ଦେଗି କେ-୨’ ରେ ନଜର ଆସିସାରିଥିବା ଅଭିନେତା ସାହିଲ ଆନନ୍ଦ। ନିକଟରେ ସାହିଲ ଏହାର ଖୁଲାସା କରିଛନ୍ତି। ସେ ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଥିବା କହିଛନ୍ତି। ସାହିଲଙ୍କ ସ୍ତ୍ରୀ ରାଜନୀତି ମୋଙ୍ଗା ଗର୍ଭବତୀ ଅଛନ୍ତି। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀଙ୍କୁ ବେବି ବମ୍ପ ସହ ଦେଖିବାକୁ ମିଳୁଛି। ଅଭିନେତା ୨୦୧୧ରେ ରାଜନୀତିଙ୍କୁ ବିବାହ କରିଥିଲେ। ଏବେ ବିବାହର ୧୦ ବର୍ଷ ପରେ ସେ ବାପା ହେବାକୁ ଯାଉଛନ୍ତି।

Share