Categories: ଜାତୀୟ

ମୋବାଇଲ୍‌ ଚାର୍ଜରେ ବସାଇ କଥା ହେଉଥିଲେ ମହିଳା, ଘଟିଲା ଏମିତି

ଚେନ୍ନାଇ,୧୧।୮: ତାମିଲନାଡୁରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫାଟି ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୨୯ ବର୍ଷର ମୁଥୁଲକ୍ଷ୍ମୀ ମୋବାଇଲ ଚାର୍ଜିଂ ବସାଇ କଥା ହେଉଥିଲେ। ଫୋନ କଟିବା ପରେ ମୋବାଇଲ୍‌ ଫାଟିଥିଲା।
ମୋବାଇଲ ଫାଟିବା ପରେ ମୁଥୁଲକ୍ଷ୍ମୀ ନିଆଁରେ ଜଳି ଯାଇଥିଲେ ଏବଂ ଏହି ସମୟରେ ୩ ବର୍ଷିୟ ପୁଅ ରଣଜିତ୍‌ଏବଂ ୨ ବର୍ଷୀୟ ପୁଅ ଦୀକ୍ଷିତ ମଧ୍ୟ ରୁମରେ ଉପସ୍ଥିତ ଥିଲେ। ଏହି ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଥିଲେ ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ମୁଥୁଲକ୍ଷ୍ମୀ ଏବଂ ବାଲକ୍ରିଷ୍ଣା ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ଦୁହେଁ ଗତ କିଛି ବର୍ଷ ଧରି କରୁରରେ ରହୁଥିଲେ। ଉଭୟ ଖାଦ୍ୟ ଷ୍ଟଲ ଚଳାଉଥିଲେ। କିନ୍ତୁ ରୁଣ ବୋଝ ଅଧିକ ଥିବାରୁ ବାଲକ୍ରିଷ୍ଣା ପରିବାରକୁ ଛାଡିଥିଲେ। ମୁଥୁଲକ୍ଷ୍ମୀ ଏକାକୀ ପରିବାରର ବୋଝ ନିଜ ମୁଣ୍ଡକୁ ନେଇଥିଲେ। କିନ୍ତୁ କରୋନା ଯୋଗୁ ତାଙ୍କ ରୋଜଗାର ହ୍ରାସ ପାଇଥିଲା। ପରିବାର ଆର୍ଥିକ ସଙ୍କଟରେ ଗତି କରୁଥିଲେ। ଘଟଣାର ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା।

Share