ଅହିଂସାର ରେଶମ ‘କରୁଣା ସିଲ୍କ’

ଭୁବନେଶ୍ୱର,୨୨ ।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ଏଣ୍ଡିକୀଟ ମାରି ରେଶନ ଉତ୍ପାଦନ କରିବା କଥା ପ୍ରାୟ ସମସ୍ତଙ୍କୁ ଜଣାଥିବ। ମାତ୍ର ଏବେ ଏଣ୍ଡିକୀଟକୁ ନ ମାରି ବି ରେଶନ ଉତ୍ପାଦନ କରାଯାଇପାରିବ। ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ନିଆରା ସିଲ୍କ ପ୍ରମୁଖ ଆକର୍ଷଣ ପାଲଟିଛି। ସାଧାରଣତଃ ରେଶମ ଖୋସାରୁ ସୂତା ବାହାର କରିବା ବେଳେ ଏହାକୁ ଗରମ ପାଣିରେ ଫୁଟାଇବାକୁ ପଡ଼ିଥାଏ, ଯେଉଁଥିରେ ଖୋସା ଭିତରେ ଥିବା ରେଶମ କୀଟର ମୃତ୍ୟୁ ଘଟିଥାଏ। ମାତ୍ର ରେଶମ କୀଟକୁ ନ ମାରି ଅହିଂସା ଉପାୟରେ ଓଡ଼ିଶା ଉତ୍ପାଦନ କରୁଛି ଏହି ନୂତନ ସିଲ୍କ। ଅହିଂସା ବା କରୁଣା ପଥ ଅବଲମ୍ବନ କରି ଏହି ରେଶମ ଉତ୍ପାଦନ କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’। ଏହି କରୁଣା ସିଲ୍କରୁ ଏବେ କରୁଣାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଛି ଖଣ୍ଡୁଆ ପାଟ।
ଓଡ଼ିଶା ସରକାରଙ୍କ ‘୫-ଟି’ ଅଭିଯାନ ଅଧୀନରେ ୨୦୨୨ରୁ ପାଇଲଟ୍‌ ପ୍ରକଳ୍ପ ଭାବେ ‘କରୁଣା ସିଲ୍କ’ର ଉତ୍ପାଦନ ଆରମ୍ଭ କରାଯାଇଛି। ପ୍ରଥମେ ୭୦୦ ଚାଷୀଙ୍କୁ ନେଇ ଏଥିପାଇଁ ଏଣ୍ଡିକୀଟ ଚାଷ କରାଯାଇଥିଲା। ସେଥିରୁ ୮୨ କୁଇଣ୍ଟାଲ ରେଶମ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଏହାର ସଂପ୍ରସାରଣ କରାଯାଇ ୧୪ଟି ଜିଲାର ୨୫୦୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡ଼ାଯାଇଛି। ଏଥର ୨୦୦ କୁଇଣ୍ଟାଲରୁ ଅଧିକ ‘କରୁଣା ସିଲ୍କ’ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଜଡ଼ା ଗଛର ପତ୍ର ଖାଇ ଏଣ୍ଡିକୀଟମାନେ ବଢୁଛନ୍ତି। ଗୋଟିଏ ମଲବରୀ ସିଲ୍କ ଶାଢ଼ି ବୁଣିବା ପାଇଁ ଯେତିକି ସୂତା ଆବଶ୍ୟକ ସେଥିରେ ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ରେଶମ ପୋକ ମରିଥାନ୍ତି। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ହଜାର ପୋକ ମରିଥାନ୍ତି। ଖଣ୍ଡୁଆ ପାଟର ଆଉ ଏକ ଆକର୍ଷଣ ହେଉଛି ଏଥିରେ ବୁଣାଯାଇଥିବା କବି ଜୟଦେବଙ୍କ ‘ଗୀତଗୋବିନ୍ଦ’ର ସୁଲଳିତ ପଂକ୍ତି। ଖୋର୍ଦ୍ଧା ଜିଲା ରାଉତପଡ଼ା ଗ୍ରାମର ପାରମ୍ପରିକ ରେଶମ କାରିଗରମାନେ ଏବେ ଏହି ‘କରୁଣା ସିଲ୍କ’ରୁ ସାତ୍ତ୍ୱିକ ଖଣ୍ଡୁଆ ପାଟ ପ୍ରସ୍ତୁତ କରୁଛନ୍ତି। ଏହି କାରିଗରମାନେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି।
ଓଡ଼ିଶା ପାଭିଲିୟନରେ ଖୋର୍ଦ୍ଧା ରାଉତପଡ଼ାରୁ ଆସିଥିବା କାରିଗର ଗୋପିନାଥ ଦାସ ଖଣ୍ଡୁଆ ପାଟ ବୁଣୁଛନ୍ତି। ସେ କହିଛନ୍ତି,‘ମହାପ୍ରଭୁ ଶ୍ରୀଜଗନ୍ନାଥ ତ କହି ନାହାନ୍ତି ଜୀବକୁ ମାରି ତାଙ୍କ ପାଇଁ ଆମେ ଆଭୂଷଣ ପ୍ରସ୍ତୁତ କରିବା। ତେଣୁ ପୋକକୁ ନ ମାରି ଉତ୍ତମ ଟେକ୍ନୋଲୋଜି ବ୍ୟବହାର କରି ସେଥିରୁ ବାହାରୁଥିବା ସୂତାରୁ ଆମେ ପାଟ ବସ୍ତ୍ର ତିଆରି କରୁଛୁ। ରାଜ୍ୟ ସରକାରଙ୍କ ନିଜସ୍ବ ତତ୍ତ୍ୱାବଧାନରେ ଏହି କରୁଣା ସିଲ୍କ ବୁଣା କାମ କରାଯାଉଛି। ଓଡ଼ିଶାରେ ସିଲ୍କ ଉତ୍ପାଦନ ବେଳେ ରେଶମ କୀଟକୁ ନ ମାରି ନୂତନ ଓରଷ୍ଟେଡ୍‌ ପଦ୍ଧତି ମାଧ୍ୟମରେ ଆମେ ଖୋସାରୁ ସୂତା ବାହାର କରୁଛୁ। ଏଣ୍ଡି ଚାଷ କ୍ଷେତ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କରାଯାଉଛି। ରେଶମ କୀଟ ପ୍ରଜାପତି ହୋଇ ଉଡ଼ିଗଲା ପରେ ସେହି ଖୋସାକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରାଯାଉଛି। ପ୍ରଜାପତି ଉଡ଼ିଗଲାବେଳେ ଖୋସାଟି ଫାଟିଯାଉଥିବାରୁ ସ୍ପିନିଙ୍ଗ ମିଲ୍‌ ମାଧ୍ୟମରେ ଆଧୁନିକ ଟେକ୍ନୋଲୋଜି ପ୍ରୟୋଗ କରି ଆବଶ୍ୟକ ରେଶମ ସୂତା ବାହାର କରାଯାଉଛି। ଓଡ଼ିଶାର ଏହି ନୂତନ ପ୍ରୟୋଗ କଥା ଜାଣି ସେଠାକୁ ଆସିଥିବା ପରିଦର୍ଶକମାନେ ବେଶ୍‌ ଖୁସି ହେଉଛନ୍ତି ବୋଲି ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଶୋଭନକୃଷ୍ଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?