Advertisement

କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି। ଏହି ସମୟରେ ତୁଳସୀକୁ ପୂଜା କରିବାର ବିଧି ରହିଛି। ତେବେ ଆସନ୍ତୁ ଜାଣିବା ଏହାର ମହତ୍ୱ ଏବଂ ସାବଧାନତା ବିଷୟରେ:-

ଏହି ମାସରେ ତୁଳସୀର ମହତ୍ୱ:
ତୁଳସୀ ଗଛକୁ ଯେକୌଣସି ଗୁରୁବାର ଲଗାଇପାରିବେ। ଏହି ମାସରେ ତୁଳସୀର ପୂଜା ଏବଂ ତୁଳସୀଙ୍କ ବିବାହ ଆଦି ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାଏ। ଘର ଅଗଣା ମଝିରେ ଏହି ଗଛକୁ ଲଗାଇବା ଉଚିତ। ନଚେତ ଶୟନ କକ୍ଷର ପାଖରେ ଥିବା ବାଲକନୀରେ। ଭୋର୍‌ ସମୟରେ ତୁଳସୀକୁ ଜଳ ଅର୍ପଣ କରନ୍ତୁ। ଏଥିସହ ଏହାର ପରିକ୍ରମା କରନ୍ତୁ।
ନିୟମିତ ଭାବେ ସନ୍ଧ୍ୟା ସମୟରେ ଦୀପ ଜଳାନ୍ତୁ। ତୁଳସୀ ଦାନ କରିବା ଏହି ମାସରେ ବହୁତ ଭଲ। ମଙ୍ଗଳବାର ହନୁମାନଙ୍କୁ ତୁଳସୀ ଅର୍ପଣ କଲେ ଧନ ପ୍ରାପ୍ତି ହୋଇଥାଏ। ଏହି ମାସରେ ଯଦି ଖାଦ୍ୟରେ ତୁଳସୀର ପ୍ରୟୋଗ କରାଯାଏ ତେବେ ଖାଦ୍ୟର ଅଭାବ ରହି ନ ଥାଏ।

ସାବଧାନତା:
ତୁଳସୀ ପତ୍ରକୁ ସର୍ବଦା ଭୋର ସମୟରେ ତୋଳନ୍ତୁ। ଅନ୍ୟ ସମୟରେ ନୁହେଁ। ରବିବାର ତୁଳସୀ ଚଉଁରା ତଳେ ଦୀପ ଲଗାନ୍ତୁ ନାହିଁ। ଭଗବାନ ବିଷ୍ଣୁ ଏବଂ ତାଙ୍କର ଅବତାରଙ୍କୁ ତୁଳସୀ ଅର୍ପଣ କରନ୍ତୁ। ହେଲେ ଭଗବାନ ଗଣେଷ ଏବଂ ମା’ ଦୁର୍ଗାଙ୍କୁ କଦାପି ଅର୍ପଣ କରନ୍ତୁ ନାହିଁ। ତୁଳସୀ ପତ୍ର କେବେ ବି ବାସି ହୁଏ ନାହିଁ। ଏଣୁ ପୁରୁଣା ପତ୍ରକୁ ପୂଜାରେ ବ୍ୟବହାର କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସମୟରେ ଗ୍ରୀନ୍‌ ଟି ପିଉଛନ୍ତି କି ?

ଶରୀର ଲାଗି ଗ୍ରୀନ୍‌ ଟି ଉପକାରୀ। ଏହା କୋଲେଷ୍ଟରଲ କମ୍‌ କରିବା ସହ ହୃଦ୍‌ଘାତରୁ ଆରମ୍ଭ କରି ଷ୍ଟ୍ରୋକ୍‌ ପର୍ଯ୍ୟନ୍ତ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି...

ଏମାନଙ୍କୁ ଅଧିକ ବିପଜ୍ଜନକ କହନ୍ତି ଚାଣକ୍ୟ, ଜାଣନ୍ତୁ କାହିଁକି

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

ଏକୁଟିଆପଣ ଦୂର କରିବ ରୋବୋ

ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍‌ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ...

ବ୍ୟକ୍ତିଙ୍କ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ସମାଜରେ ବଢ଼ିବ ମାନ-ସମ୍ମାନ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ...

କେବଳ ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ

ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ଯେ ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇବା ଅନେକ କଷ୍ଟସାଧ୍ୟ ହୋଇଥାଏ। ଏ ନେଇ...

ଇଏ ବି ପ୍ରେମ !

ଏକ ଶାଶ୍ୱତ, ନିଃସ୍ବାର୍ଥ ଓ ଦୃଢ଼ ବିଶ୍ୱାସର ପ୍ରତୀକ ହେଉଛି ପ୍ରେମ; ଯାହାକି ଦୁଇଟି ଅଚିହ୍ନା ଅଜଣା ମଣିଷ ଭିତରେ ଗଢ଼ିପାରେ ଏକ ନିବିଡ଼ ସମ୍ପର୍କର...

Advertisement
Archives

Model This Week