‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ଆଗାମୀ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ର ଫାଷ୍ଟ ଲୁକ ରବିବାର ଆଉଟ ହୋଇଛି । ଏହି ଫିଲ୍ମରେ କିଆରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନ ଲିଡ ରୋଲରେ ନଜର ଆସିବେ । ଆକ୍ଟର ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ଉଭୟ ନାୟକ ନାୟିକା ଖୁବ୍ ରୋମାଣ୍ଟିକ ଲୁକରେ ନଜର ଆସିଛନ୍ତି । ହ୍ୱାଇଟ କୁର୍ତ୍ତିରେ ଖୁବ୍ କ୍ୟୁଟ ଲାଗୁଛନ୍ତି କିଆରା । ଉଭୟେ ପରସ୍ପରକୁ ଅତି ପାଖରୁ ନଜର ଆସିଥିବା ବେଳେ ରୋମାଣ୍ଟିକ ମୁଡରେ ଦର୍ଶକଙ୍କ ଦିଲ ଜିତି ନେଇଛନ୍ତି । କାର୍ତ୍ତିକ କ୍ୟାପଶନରେ ଲେଖିଛନ୍ତି, ସତ୍ତୁ ଔର କଥା, ଆଜ ସେ ପ୍ୟାର କି କାହାନୀ ହୋ ରହି ହୈ ଶୁରୁ ।
ଫିଲ୍ମର ନିର୍ଦ୍ଦେଶକ ସାଜିଦ ନାଡିୟାଡୱାଲ ବି ଫିଲ୍ମର ପୋଷ୍ଟର ଶେୟାର କରିଛନ୍ତି । ମେକର୍ସ ଲେଖିଛନ୍ତି ଦ ଲଭ ଷ୍ଟୋରୀ ବିଗନ୍ସ । କାର୍ତ୍ତିକ-କିଆରାଙ୍କ ଏହି ପୋଷ୍ଟରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମଟି ଆସନ୍ତା ବର୍ଷ ଜୁନ ୨୯ରେ ରିଲିଜ ହେବାର ଯୋଜନା ରହିଛି ।

Share