ବଦଳିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲ

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲରେ ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ଏହାର ଟାଇଟଲକୁ ନେଇ ବିବାଦ ଉଠିଥିବା ବେଳେ ଏବେ ଏହାର ନାମ ପରିବର୍ତ୍ତନ କରାଯାଇଛି । କାର୍ତ୍ତିକ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ ଶେୟାର କରିବା ସହ ଟାଇଟଲ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି ।
କାର୍ତ୍ତିକ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ ଶ୍ରେୟାର କରିଛନ୍ତି ଯେଉଁଥିରେ ତାଙ୍କ ସହ କିଆରା ଆଡଭାନୀ ନଜର ଆସିଛନ୍ତି । ଏଥିରେ ଉଭୟ ପରସ୍ପରର ନିକଟତର ହୋଇଥିବା ଦେଖାଯାଇଛି । କିଆରାଙ୍କ ଜନ୍ମଦିନରେ ଏହାକୁ ଶେୟାର କରି କାର୍ତ୍ତିକ ଲେଖିଛନ୍ତି ‘ହାପି ବାର୍ଥ ଡେ କଥା! ତୁମର ସତ୍ୟପ୍ରେମ’ ଏହାସହ ଏକ ରେଡ ହାର୍ଟ ବିଶେୟାର କରାଯାଇଛି । ଫିଲ୍ମର ନାମ ଏବେ ‘ସତ୍ୟନାରାୟଣ କି କଥା’ରୁ ପରିବର୍ତ୍ତନ କରାଯାଇ ‘ସତ୍ୟପ୍ରେମ କି କଥା’ କରି ଦିଆଯାଇଛି ।
ପୂର୍ବରୁ ଏହାର ଟାଇଟଲକୁ ନେଇ ବିବାଦ ଉପୁଜିଥିଲା । ହିନ୍ଦୁ ସଙ୍ଗଠନ କହିଥିଲା ଏହା ହିନ୍ଦୁ ଦେବତାଙ୍କ ଅପମାନ କରାଯାଉଛି । ଏହାକୁ ନେଇ ନିର୍ମାତା କ୍ଷମା ମାଗନ୍ତୁ । ଏହାପରେ ନିର୍ଦ୍ଦେଶକ ସମିର ବିଦୱାନ ଫିଲ୍ମର ନାମ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ।

Share