ରୋଜ୍‌ ଡେ’ରେ ଏହି ଅଭିନେତାଙ୍କୁ ମିଳିଲା ଗୋଲାପ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମହିଳା ପ୍ରଶଂସକଙ୍କ ତାଲିକା କ୍ରମାଗତ ବଢ଼ିବାରେ ଲାଗିଛି। ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ରୋଜ୍‌ ଡେ’ରେ ଜଣେ ଝିଅ ତାଙ୍କୁ ଏକ ଲାଲ ଗୋଲାପ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ କାର୍ତ୍ତିକ ରୋଜ୍‌ ଡେ’ରେ ଏକ ଶପିଂ ମଲରେ ଶପିଂ କରୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ଛୋଟ ଝିଅ ହାତରେ ଲାଲ ରଙ୍ଗର ଗୋଲାପ ଫୁଲ ଥରି କାର୍ତ୍ତିକଙ୍କ ଏହି ଦିନଟିକୁ ସ୍ବତନ୍ତ୍ର କରିଦେଉଛନ୍ତି। କାର୍ତ୍ତିକ ଝିଅଟି ହାତରୁ ଗୋଲାପକୁ ଗ୍ରହଣ କରିବା ସହ ତାଙ୍କସହ ଫଟୋ ପୋଜ୍‌ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି। ଭିଡିଓରେ ଉଭୟ ହସୁଥିବାର ନଜର ଆସୁଛନ୍ତି।

Share