ହ୍ରିତିକଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି କାର୍ତ୍ତିକ! ଗୋଟିଏ ଶବ୍ଦରେ…

ବମ୍ବେ: ସୈଫ ଲଳନା ସାରା ଅଲି ଖାଁଙ୍କ ପରେ ଏବେ ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା କାର୍ତ୍ତିକ ଆର୍ୟନ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। କଥାଟି ଗୁଜବ ନା ସତ୍ୟ ତାହା ସମୟ ଆସିଲେ ଜଣାପଡ଼ିବ। ହେଲେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ କାର୍ତ୍ତିକ ସମସ୍ତଙ୍କୁ ଚୁପ୍‌ କରିବା ଭଳି ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶଂସକ କାର୍ତ୍ତିକଙ୍କୁ ଟ୍ୟାଗ୍‌ କରି ଟୁଇଟ୍‌ କରିଥିଲେ। ତାଙ୍କ ଡେଟିଂ ଖବର ଶୁଣି ସମସ୍ତେ ଚକିତ ହୋଇଛନ୍ତି। କ’ଣ ଏହା ସତ ବୋଲି ସେ ପଚାରିଥିଲେ। ଏଥିରେ କାର୍ତ୍ତିକ ‘ନା’ କହି ଜବାବ ଦେଇଛନ୍ତି। ଏବେ ଏହାର ସ୍କ୍ରିନଶଟ୍‌କୁ ପ୍ରଶଂସକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି ‘କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକଙ୍କ ତରଫରୁ ଶ୍ରେଷ୍ଠ ଉପହାର’।

Share