Categories: ଜାତୀୟ

କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁ ଗିରଫ

ନୂଆଦିଲ୍ଲୀ,୧୮।୫: କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁଙ୍କୁ ସିବିଆଇ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ହୋଇଥିବା ଚଢ଼ାଉ ପରେ ନିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, କାର୍ତ୍ତିଙ୍କ ନିକଟତମ ବନ୍ଧୁ ଭାସ୍କର ରମଣଙ୍କୁ ବୁଧବାର ସିବିଆଇ ଗିରଫ କରିଛି। ତାଙ୍କ ବିରୋଧରେ ଲାଞ୍ଚ ଓ ଦୁର୍ନୀତି ଅଭିଯୋଗ ହୋଇଛି। ମଙ୍ଗଳବାର କାର୍ତ୍ତିଙ୍କ ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ଚାଇନା ସହ ଜଡିତ ଏକ ମାମଲାରେ ଗ୍ରହଣ କରାଯାଇଥିଲା। ଏଥିରେ ଭାସ୍କର ରମଣଙ୍କୁ ମଧ୍ୟ ଗିରଫ କରାଯାଇଛି।

Share