Posted inଖେଳ

ବିଶ୍ୱକପ୍‌ର ପ୍ରଥମ ହାଟ୍ରିକ୍‌; ୟୁଏଇର ଏହି ସ୍ପିନରଙ୍କ ବୋଲିଂରେ ବ୍ୟାଟ୍ସମ୍ୟାନ୍‌ ଘାଇଲା…

ନୂଆଦିଲ୍ଲୀ,୧୮।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ଆରମ୍ଭର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ପ୍ରଥମ ହାଟ୍ରିକ୍‌। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ୨୨ ବର୍ଷୀୟ କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ହାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି।

ଏହି ମ୍ୟାଚ୍‌ରେ ୟୁଏଇ ଟସ୍‌ ଜିତି ପ୍ରଥମେ ବୋଲିଂ ଚୟନ କରିଥିଲେ। ଇନିଂସର ୧୫ତମ ଓଭରରେ କାର୍ତ୍ତିକ ଜବରଦସ୍ତ ବୋଲିଂ କରିଥିଲେ। ସେ ଶ୍ରୀଲଙ୍କାର ଭାନୁକା ରାଜପକ୍ଷେ, ଚରିଥ ଅସଲଙ୍କା ଏବଂ ଅଧିନାୟକ ଦାସୁନ ଶନାକାଙ୍କ ଉଇକେଟ ନେଇଥିଲେ। ସେ ନିଜ ଓଭରରେ ପ୍ରଥମ ବଲ୍‌ରେ ୨ ରନ୍‌, ଦ୍ୱିତୀୟ ବଲ୍‌ରେ ୧ ରନ୍‌, ୩ୟ ବଲ୍‌ରେ ୦ ରନ୍‌ ଏବଂ ବାକି ୩ ବଲ୍‌ରେ ୩ ଉଇକେଟ ନେଇଥିଲେ। ପୁରା ମ୍ୟାଚ୍‌ରେ ତାଙ୍କର ବୋଲିଂ ଦେଖିଲେ ସେ ୪ ଓଭରରେ ୧୯ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଏଥିରେ ୧୨ ଡଟ୍‌ ବଲ୍‌ ଥିଲା।

କାର୍ତ୍ତିକ ହାଟ୍ରିକ କରିବା ପରେ ବିଶ୍ୱକପ୍‌ରେ ନୂତନ ରେକର୍ଡର ଅଧିକାରୀ ହୋଇଥିଲେ। ୫ମ ବୋଲର୍‌ ଭାବେ ସେ ଏହି କମାଲ କରିଥିଲେ। ତାଙ୍କ ପୂର୍ବରୁ ୨୦୦୭ ବିଶ୍ୱକପ୍‌ରେ ବ୍ରେଟ୍‌ ଲି, ୨୦୨୧ରେ କାର୍ଟିସ କ୍ୟାମ୍ପୋର, ୨୦୨୧ରେ ଓ୍ବାନିନ୍ଦୁ ହାସରଙ୍ଗା, ୨୦୨୧ରେ କାଗିସୋ ରାବାଡା ପ୍ରମୁଖ ହାଟ୍ରିକ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri