ଶୁଟିଂ ସେଟ୍‌ରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି।
ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନାଚିବା ସମୟରେ ଆଣ୍ଠୁରେ ଆଘାତ ଲାଗିଛି। ୨୦୨୩ ବର୍ଷର ଆଇସ ବକେଟ୍‌ ଚ୍ୟାଲେଞ୍ଜ ବର୍ତ୍ତମାନ ଆରମ୍ଭ ହେଉଛି। ଏଭଳି ପରିସ୍ଥିତିରେ କାର୍ତ୍ତିକ ଆର୍ଯ୍ୟଙ୍କ ଏହି ଇନଷ୍ଟା ପୋଷ୍ଟରୁ ଜଣାପଡୁଛି ଯେ ତାଙ୍କ ଆଘାତ ଏତେ ଗୁରୁତର ନୁହେଁ। ଅନ୍ୟପକ୍ଷରେ କାର୍ତ୍ତିକଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

 

Share