୯ କୋଟିର ବିଜ୍ଞାପନକୁ କାର୍ତ୍ତିକ କଲେ ନା

ବମ୍ବେ: ଫିଲ୍ମ ବ୍ୟତିତ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ବଲିଉଡ୍‌ କଳାକାର। ହେଲେ ଅନେକ ସମୟରେ ବିଜ୍ଞାପନ ଲାଗି ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ। ଯେମିତିକି କିଛି ଦିନ ତଳେ ଖିଲାଡି କିଙ୍ଗ ଅକ୍ଷୟ କୁମାର ପାନମସଲା ବିଜ୍ଞାପନ କରି ଟ୍ରୋଲ ହୋଇଥିଲେ। ଏବେ କାର୍ତ୍ତିକ ଆର୍ୟନଙ୍କୁ ମଧ୍ୟ ପାନ-ମସଲା ବିଜ୍ଞାପନ ମିଳିଛି। ହେଲେ ସେ ଏହାକୁ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।

କାର୍ତ୍ତିକଙ୍କୁ ତମାଖୁ ବିଜ୍ଞାପନ ଲାଗି ୯ କୋଟି ଟଙ୍କା ମିଳିଥାନ୍ତା। ହେଲେ ସେ ଏହାକୁ କରିବାକୁ ମନା କରିଛନ୍ତି। ପ୍ରଶଂସକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ସେ ଏଭଳି ବିଜ୍ଞାପନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଉଛି।

ପୂର୍ବରୁ ଅଜୟ ଦେବଗନ, ଅମିତାଭ ବଚ୍ଚନ, ଶାହାରୁଖ ଖାଁ ଏବଂ ଅକ୍ଷୟ କୁମାର ପ୍ରମୁଖ ପାନ-ମସଲା ବିଜ୍ଞାପନ କରିଥିଲେ। ଏହାକୁ ନେଇ ସମସ୍ତଙ୍କୁ କଟାକ୍ଷ କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅକ୍ଷୟ କୁମାରଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା।

Share