ପୁଣି ପ୍ରେମରେ ପଡିଛନ୍ତି କାର୍ତ୍ତିକ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଜଣେ ଆଗଧାଡିର କଳାକାର। ତାଙ୍କର ଅନେକ ମହିଳା ପ୍ରଶଂସକ ଅଛନ୍ତି। ସେ ବଲିଉଡର ଏପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ନିଜର ପରିଶ୍ରମ ସହିତ ଇଣ୍ଡଷ୍ଟ୍ରିରେ ଏକ ଭଲ ସ୍ଥାନ ହାସଲ କରିଛନ୍ତି। ଫିଲ୍ମ ସହିତ ପ୍ରେମ ସମ୍ପର୍କ ପାଇଁ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ତାଙ୍କ ନାଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏବଂ ନୁଶରତ୍‌ ଭରୁଚାଙ୍କ ସହ ଯୋଡାଯାଇଛି। ଏବେ କାର୍ତ୍ତିକ ପୁଣିଥରେ ପ୍ରେମରେ ପଡ଼ିଛନ୍ତି। ଏକଥା ସେ ନିଜେ ପ୍ରକାଶ କରିଛନ୍ତି।
କାର୍ତ୍ତିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରଶଂସକମାନଙ୍କ ପାଇଁ ଅନେକ ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରିଛନ୍ତି। ପୋଷ୍ଟରେ ଏକ ବିଶେଷ ଅତିଥି ଅଛନ୍ତି, ଯାହାଙ୍କ ପ୍ରେମରେ କାର୍ତ୍ତିକ ଦିଓ୍ବାନା ହୋଇଯାଇଛନ୍ତି। କାର୍ତ୍ତିକ କୌଣସି ଝିଅଙ୍କୁ ନୁହେଁ, ବରଂ ଏକ କୁକୁର ପ୍ରେମରେ ପଡିଛନ୍ତି। କାର୍ତ୍ତିକ ନିକଟରେ ଧଳା କୁକୁର ଘରକୁ ଆଣିଛନ୍ତି। କୁକୁର ର ନାଁ ସେ କଟୋରି ଆର୍ଯ୍ୟନ ରଖିଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ସେ କ୍ୟାପସନ ଦେଇଛନ୍ତି- ‘କଟୋରୀ, ମୁଁ ପୁଣି ପ୍ରେମରେ ପଡିଛି। କାଟୋରୀ ଆର୍ଯ୍ୟନଙ୍କୁ ଭେଟ।
କାର୍ତ୍ତିକ ୨୦୨୧ରେ ଅନେକ ଚର୍ଚ୍ଚାରେ ଥିଲେ। ‘ଦୋସ୍ତାନା-୨’ ରୁ ବାହାରିବା ପରେ, ତାଙ୍କ ଏବଂ କରଣଙ୍କ ମଧ୍ୟରେ ଝଗଡାକୁ ନେଇ ବହୁତ ଆଲୋଚନା ହୋଇଥିଲା। କାର୍ତ୍ତିକଙ୍କୁ ‘ଶେହଜାଦା’, ‘ଭୁଲ ଭୁଲୈୟା ୨’, ‘ଫ୍ରେଡି’ ଏବଂ ‘କ୍ୟାପଟେନ ଇଣ୍ଡିଆ’ରେ ଦେଖିବାକୁ ମିଳିବ।

Share