କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର

ଇସ୍‌ଲାମାବାଦ୍‌,୨୭।୬: କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ କରିଡର ଯାତ୍ରା ବନ୍ଦ ରଖିଥିଲା। କିନ୍ତୁ ଏବେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଲାଗି କର୍ତ୍ତାରପୁର କରିଡର ଖୋଲିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ଶନିବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ ୨୯ରେ ମହାରାଜା ରଣଜୀତ ସିଂହଙ୍କ ପୁଣ୍ୟତିଥି ଅବସରରେ କର୍ତ୍ତାରପୁର ଖୋଲିିବାକୁ ପ୍ରସ୍ତୁତି କରାଯାଉଛି। ଏନେଇ ଭାରତୀୟ ପକ୍ଷଙ୍କୁ ମଧ୍ୟ ଜଣାଇଦିଆଯାଇଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଟୁଇଟ କରି କହିଛନ୍ତି।

Share