ବ୍ଲକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ କରୋନା

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ଡ.ବୃନ୍ଦା ଡି. ଟୁଇଟ କରି ଜଣାଇଛନ୍ତି । ମଙ୍ଗଳବାର ଜିଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ତଥା କରୋନା ଯୋଦ୍ଧା ଥିବା ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବ୍ଲକ କାର୍ଯ୍ୟାଳୟ ସମେତ କଲୋନୀକୁ ସାନିଟାଇଜ କରାଯାଇଥିବା ବଳେ ଏକାଧିକ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯିବ ବୋଲି ବ୍ଲକ କର୍ମଚାରୀଙ୍କ ସୁତ୍ରରୁ ଜଣାପଡ଼ିଛିା