ରାଜ୍ୟରୁ ପୁଣି ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି। ୬୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୮, ବାଲେଶ୍ୱରରୁ ୬, କନ୍ଧମାଳରୁ ୪, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀରୁ ୩ ଜଣ ଲେଖାଏଙ୍କ ଜୀବନ ନେଇଛି। ସେହିପରି ଅନୁଗୋଳ, ଦେବଗଡ଼ ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏ ଏବଂ ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଙ୍କ ପ୍ରାଣ ଯାଇଛି।