Categories: ଜାତୀୟ

କରୋନା ଟିକାନେଇ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର

ନୂଆଦିଲ୍ଲୀ,୧୭।୧: ଶନିବାର ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ପ୍ରଥମ ଦିନରେ ୪୩୧୯ ସ୍ବାସ୍ଥ୍ୟ କର୍ମୀ ଟିକାକରଣ କରିଥିଲେ। ଟିକା ନେଇ ଜଣେ ୨୨ ବର୍ଷିୟ ମେଡିକାଲ ସିକ୍ୟୁରିଟି ଗାର୍ଡ ଗୁରୁତର ହୋଇ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସେ କହିଛନ୍ତି। ଅନ୍ୟପକ୍ଷେ ଟିକା ନେଇଥିବା ୫୧ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ସେ ସୂଚନା ଦେଇଛନ୍ତି। ସେମାନେ ହସ୍ପିଟାଲରେ କିଛି ସମୟ ରହିବା ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି।

Share