Categories: ଜାତୀୟ

ଶିବମୋଗାରେ ପୋଲିସ ଛାଉଣି

ବେଙ୍ଗାଲୁରୁ,୨୧।୨: ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ଦଳର ୨୬ ବର୍ଷୀୟ ସଦସ୍ୟଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ କର୍ନାଟକର ଶିଭମୋଗା ଅଞ୍ଚଳରେ ସୃଷ୍ଟି ହୋଇଛି ହିଂସା ପରିସ୍ଥିତି। ପୂରା ଅଞ୍ଚଳରେ ପୋଲିସ ମୁତୟନ କରାଯିବା ସହ ଜନସାଧାରଣଙ୍କ ଗହଳି ଉପରେ କଟକଣା ଲଗାଯାଇଛି। ଜିଲାରେ ସ୍କୁଲ ଓ କଲେଜ ବର୍ତ୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

“ଆମେ ଖୁବ ଶୀଘ୍ର ଅପରାଧିଙ୍କୁ ଗିରଫ କରିବୁ। ଏହା ହିଜାବ ବିବାଦ ସହ ଜଡ଼ିତ ନୁହେଁ। ମୃତକ ହର୍ଶ ଓ ଯୁବ ଗୋଷ୍ଠୀ ପରସ୍ପରକୁ ଜାଣିଥିଲେ। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାର ପରିଣାମ” ବୋଲି ଦୋଦ୍ଦାପେଟେ ଥାନା ଅଧିକାରୀ କହିଛନ୍ତି।

ପୋଲିସ ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ବେଳେ ଅତିକମ୍‌ରେ ୪ ଜଣ ବ୍ୟକ୍ତି ହର୍ଶଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣ ପରେ ଅପରାଧିମାନେ ଘଟଣାସ୍ଥଳରେ କିଛି ଗାଡ଼ି ଜାଳି ଦେଇଥିଲେ।

Share