Posted inଫୁରସତ

ଆସିଛି ପର୍ଯ୍ୟଟନ ଋତୁ: ବୁଲି ଯାଆନ୍ତୁ କର୍ନାଟକରେ ପକ୍ଷୀ ବିହାର

ବେଶ୍‌ କିଛିଦିନର ବ୍ୟବଧାନ ପରେ କର୍ନାଟକକୁ ପୁନର୍ବାର ପର୍ଯ୍ୟଟକ ଭ୍ରମଣ ନିମନ୍ତେ ଯିବା ଲାଗି ଅନୁମତି ମିଳିଗଲାଣି। ତେଣୁ ଧୀରେ ଧୀରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଶୀତଦିନେ କର୍ନାଟକରେ ପକ୍ଷୀ ବିହାର କରିବାର ସୁଯୋଗ ବେଶ୍‌ ନିଆରା ଲାଗିଥାଏ…

କର୍ନାଟକ ନିଜର ଐତିହାସିକ କୀର୍ତ୍ତିରାଜି ସହିତ ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଦେଶବିଦେଶରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ବିଭିନ୍ନ ଲୁପ୍ତପ୍ରାୟ ପଶୁପକ୍ଷୀଙ୍କର ସୁରକ୍ଷା ନିମନ୍ତେ ଏଠାରେ ରହିଛି ଅନେକ ବନ୍ୟପ୍ରାଣୀ ଅଭୟାରଣ୍ୟ। ବିଶେଷକରି ଏହି ଅଭୟାରଣ୍ୟଗୁଡ଼ିକରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁଙ୍କ ସମେତ ଅନେକ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ମୁଖ୍ୟତଃ ଶୀତଦିନେ ଏଠାକୁ ବହୁ ବିଦେଶୀ ପକ୍ଷୀ ଉଡ଼ିଆସନ୍ତି, ଯାହା ସ୍ଥାନୀୟ ଅଞ୍ଚଳର ଶୋଭାକୁ ବଢ଼ାଇବାରେ ବେଶ୍‌ ସହାୟକ ହୋଇଥାଏ। ଏଠାରେ ସେମିତି କେତୋଟି କର୍ନାଟକର ଲୋକପ୍ରିୟ ପକ୍ଷୀ ଅଭୟାରଣ୍ୟ ସମ୍ପର୍କରେ ଉଲ୍ଲେଖ କରାଗଲା…

ରଙ୍ଗନାଥିଟ୍ଟୁ: କର୍ନାଟକର ମାଣ୍ଡ୍ୟା ଜିଲାରେ ଥିବା ରଙ୍ଗନାଥିଟ୍ଟୁ ପକ୍ଷୀ ଅଭୟାରଣ୍ୟଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ବଡ଼ ଅଭୟାରଣ୍ୟ। ଏଠାରେ ପ୍ରାୟ ୧୭୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି, ଯେମିତିକି ପେଣ୍ଟେଡ୍‌ ଷ୍ଟର୍କ, ଏସିଆନ୍‌ ଓପନ୍‌ବିଲ୍‌ ଷ୍ଟର୍କ, କମନ୍‌ ସ୍ପୁନ୍‌ବିଲ, ଉଲ୍ଲି-ନେକ୍ଡ ଷ୍ଟର୍କ, ବ୍ଲାକ୍‌ ହେଡେଡ୍‌ ଇବିସ୍‌, ଇଣ୍ଡିଆନ୍‌ ସାଗ୍‌ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଶୀତଦିନେ ଏଠାକୁ ପ୍ରାୟ ୪୦ ହଜାରରୁ ଅଧିକ ଭ୍ରମଣକାରୀ ପକ୍ଷୀ ଉଡ଼ି ଆସୁଥିବାର ରେକର୍ଡ ମଧ୍ୟ ରହିଛି। ତେଣୁ ପର୍ଯ୍ୟଟକଙ୍କ ନିମନ୍ତେ ଶୀତଦିନେ ପକ୍ଷୀ ବିହାର ପାଇଁ ଏହାଠାରୁ ଭଲସ୍ଥାନ ଆଉ କ’ଣ ହୋଇପାରେ।

ବାଙ୍କାପୁରା:କର୍ନାଟକର ହାବେରୀ ଜିଲାରେ ରହିଛି ବାଙ୍କାପୁରା ନାମକ ଏକ ଆକର୍ଷଣୀୟ ସ୍ଥଳୀ, ଯେଉଁଠାରେ ବାଙ୍କାପୁରା ନାମକ ଏକ ଦୁର୍ଗ ଅଛି। ଆଉ ଏହି ଦୁର୍ଗ ମଧ୍ୟରେ ଏକ ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇ ମୁଖ୍ୟତଃ ମୟୂର ଓ ମୟୂରୀଙ୍କୁ ସୁରକ୍ଷା ଦିଆଯିବା ସହ ସେମାନଙ୍କର ବଂଶ ବୃଦ୍ଧି ପାଇଁ ବି ବିଶେଷ ଦୃଷ୍ଟି ଦିଆଯାଉଛି। ତା’ଛଡ଼ା ଏଠାରେ ଅନ୍ୟାନ୍ୟ କେତେକ ପକ୍ଷୀ ଯେମିତିକି: ଗ୍ରୀନ୍‌ ବି ଇଟର୍‌, ନାଇଟ୍‌ଜାର୍‌, ପାରାଡାଇଜ୍‌ ଫ୍ଲାଏ କ୍ୟାଚର୍‌, ଇଣ୍ଡିଆନ୍‌ ରବିନ୍‌, ସ୍ପଟେଡ୍‌ ଡୋଭ୍‌, ଗ୍ରେ ହର୍ନବିଲ୍‌, ବ୍ଲୁ ଟେଲ୍ଡ ବି ଇଟର୍‌, ଟେଲର୍‌ ବାର୍ଡ ଇତ୍ୟାଦିଙ୍କୁ ବି ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇପାରିବେ।

ଦାନ୍ଦେଲି:ଏହା କର୍ନାଟକର ଉତ୍ତର କନ୍ନଡ଼ ଜିଲାରେ ଅବସ୍ଥିତ ଏକ ଅଭୟାରଣ୍ୟ। ପ୍ରାୟ ୮୬୬.୪୧ ବର୍ଗ କି.ମି. ପରିସୀମା ବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ିଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବାଘ, ହାତୀ, ହରିଣ ଆଦି ପଶୁଙ୍କ ସମେତ ପ୍ରାୟ ୨୦୦ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ। କହିବାକୁ ଗଲେ ପକ୍ଷୀବିହାର ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ଗ୍ରେଟ୍‌ ହର୍ନବିଲ୍‌ ଓ ମାଲବର ପାଇଡ୍‌ ହର୍ନବିଲ୍‌ ନାମରେ ଦୁଇଟି ପକ୍ଷୀ ହେଉଛନ୍ତି ଏଠାକାର ମୁଖ୍ୟ ଆକର୍ଷଣ। ତା’ଛଡ଼ା ଅହିରାଜ ଓ କୁମ୍ଭୀରଙ୍କ ସୁରକ୍ଷା ନିମନ୍ତେ ବି ଏଠାରେ ବିଶେଷ ଧ୍ୟାନ ଦିଆଯାଇଥାଏ।

ମଣ୍ଡାଗଡ଼େ: କର୍ନାଟକର ଶିମୋଗା ଜିଲାରେ ରହିଛି ମଣ୍ଡାଗଡ଼େ ନାମକ ଏକ ଗାଁ। ଆଉ ଏହି ଗାଁ ନିକଟ ଦେଇ ବହିଯାଉଥିବା ତୁଙ୍ଗା ନଦୀ ମଧ୍ୟରେ ରହିଛି ଏକ ଛୋଟ ଦ୍ୱୀପ, ଯାହା ମଣ୍ଡାଗଡ଼େ ପକ୍ଷୀ ଅଭୟାରଣ୍ୟ ଭାବେ ଜଣାଶୁଣା। ଏହି ଅଭୟାରଣ୍ୟରେ ବର୍ଷସାରା ବିଭିନ୍ନ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଆଉ ଖାସ୍‌ କରି ଶୀତଦିନେ ଏଠାକୁ ପାଖାପାଖି ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଉଡ଼ିଆସିଥାନ୍ତି। ଅପୂର୍ବ ପ୍ରାକୃତିକ ଶୋଭାରେ ଭରା ମଣ୍ଡାଗଡ଼େରେ ଏହି ପକ୍ଷୀମାନଙ୍କୁ ଦେଖିବା ସହ ସେମାନଙ୍କ କାକ୍କଳି ଶୁଣିବାକୁ ବେଶ୍‌ ମଧୁର ଲାଗିଥାଏ।

କେବଳ ଏତିକି ନୁହେଁ, କର୍ନାଟକରେ ପକ୍ଷୀ ବିହାର ନିମନ୍ତେ ରହିଛି ଆହୁରି ଅନେକ ପକ୍ଷୀ ଅଭୟାରଣ୍ୟ, ଯେମିତିକି: ମଗଦୀ ପକ୍ଷୀ ଅଭୟାରଣ୍ୟ, ଗୁଡ଼ଭି ପକ୍ଷୀ ଅଭୟାରଣ୍ୟ, ଅଟ୍ଟିଭେରୀ ପକ୍ଷୀ ଅଭୟାରଣ୍ୟ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri