Categories: ଜାତୀୟ

ସମ୍ବର ପାଇଁ ମା’, ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ,୧୫।୧୦: ଘରେ ତିଆରି ସମ୍ବର ସୁଆଦିଆ ନ ଲାଗିବାରୁ ଜଣେ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି କର୍ନାଟକର ଉତ୍ତାରା କନ୍ନଡ ଜିଲାରେ।

ହତ୍ୟାକାଣ୍ଡ ବୁଧବାର ଘଟିଥିବା ବେଳେ ଅଭିଯୁକ୍ତ ମଞ୍ଜୁନାଥ ହାସ୍ଲାର (୨୪)ଙ୍କୁ ଗୁରୁବାର ଗିରଫ କରାଯାଇଛି। ଦୁଇ ମୃତକ ହେଲେ ଅଭିଯୁକ୍ତଙ୍କ ମା’ ପାର୍ବତୀ ନାରାୟଣ ହାସ୍ଲାର (୪୨) ଓ ଭଉଣୀ ରାମ୍ୟା (୧୯)।

ମଞ୍ଜୁନାଥ ଜଣେ ନିଶାଶକ୍ତ ବ୍ୟକ୍ତି ଭାବେ ଜଣାଶୁଣା। ମା’ ପ୍ରସ୍ତୁତ କରିଥିବା ସମ୍ବର ତାଙ୍କୁ ପସନ୍ଦ ଆସି ନ ଥିଲା। ଏଥିଯୋଗୁ ସେ ଯୁକ୍ତି କରିଥିଲେ। ଯୁକ୍ତି ବେଳେ ମା’ଙ୍କୁ ପଚାରିଥିଲେ ରାମ୍ୟାଙ୍କ ପାଇଁ କାହିଁକି ମୋବାଇଲ କିଣା ହେଉଛି? ଏଥିରେ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ବୋଲି ମଞ୍ଜୁନାଥଙ୍କୁ ସଫା ସଫା କହି ଦେଇଥିଲେ ପାର୍ବତୀ। ଉତ୍ତ୍ୟକ୍ତ ହୋଇ ଦେଶୀ ବନ୍ଧୁକରେ ସେ ଦୁହିଁଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share