ଧାର୍ମିକ ସ୍ଥଳ ଖୋଲିବାକୁ ମିଳିଲା ଅନୁମତି, ହଟିଲା ୱିକ ଏଣ୍ଡ କର୍ଫ୍ୟୁ

ବେଙ୍ଗାଲୁରୁ,୪ ।୭: ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କର୍ନାଟକ ସରକାର ଲଗାଇଥିବା କଟକଣାରେ କିଛିଟା କୋହଳ କହିଛନ୍ତି । ଏବେ ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲାଯିବା ସହ ବିବାହ କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ଧାର୍ମିକ ସ୍ଥଳରେ କେବଳ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଏହାପରେ ପରେ ଶପିଂ ମଲ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଇଛି । କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କ୍ୟାବିନେଟ ସହଯୋଗୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଶନିବାର ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଏହା ୧୫ ଦିନ ପର୍ଯ୍ୟନ୍ତ ଲାଗୁ କରାଯିବ । ଏପଟେ ୱିକ ଏଣ୍ଡ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯିବା ସହ ନାଇଟ୍ କଫ୍ରୁ୍ର‌୍ୟ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ବିବାହ ଓ ପାରିବାରିକ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ରହି ପାରିବେ ନାହିଁ ।

Share