Posted inଖେଳ

କର୍ନାଟକ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ଜୁନିୟର ଏବଂ ସବ୍‌ଜୁନିୟର ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୋଟ ୧୧୯ଟି ପଦକ ଜିତି କର୍ନାଟକ ଓଭରଅଲ୍‌ ଚାମ୍ପିୟନ ହୋଇଛି। ଏହା ମଧ୍ୟରେ ୫୦ ସ୍ବର୍ଣ୍ଣ, ୪୭ ରୌପ୍ୟ ଓ ୨୭ ବ୍ରୋଞ୍ଜ ପଦକ ସାମିଲ। ମହାରାଷ୍ଟ୍ର ୫୪ଟି ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟର ପ୍ରତିଯୋଗୀମାନେ ୧୧ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୧୯ ବ୍ରୋଞ୍ଜ ପଦକ ପାଇଛନ୍ତି। ତାମିଲନାଡ଼ୁ ୧୦ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୮ ବ୍ରୋଞ୍ଜ ସହ ମୋଟ ୩୭ଟି ପଦକ ପାଇ ତୃତୀୟ ସ୍ଥାନ ଅଧିକାର କରିଛି। ବାଳିକା ବର୍ଗରେ ଭ୍ରିତ୍ତି ଅଗ୍ରଓ୍ବାଲ, ତନିଶି ଗୁପ୍ତା ଓ ସନିଧି ମୁଖାର୍ଜୀ ଏବଂ ବାଳକରେ ୟୁଗ୍‌ ଚେଲାନି, ଇଶାନ ମେହେରା ଓ ଅବଦୁଲ ହାଫିଜ ନିଜ ନିଜ ଏଜ୍‌ ଗ୍ରୁପ୍‌ରେ ଶ୍ରେଷ୍ଠ ସନ୍ତରଣକାରୀ ବିବେଚିତ ହୋଇଛନ୍ତି।
ପ୍ରତିଯୋଗିତାର ଶେଷ ଦିବସରେ ୪ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଛି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଗ୍ରୁପ୍‌-୧ ବାଳିକାରେ ମହାରାଷ୍ଟ୍ରର ପଲକ ଜୋଶି ୨:୨୧.୩୮ ସେକେଣ୍ଡ ସମୟ ନେଇ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ ଦେଇଥିବା କର୍ନାଟକର ରିଧିମା ବୀରେନ୍ଦ୍ର କୁମାର ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ଏଠାରେ ସ୍ବର୍ଣ୍ଣ ଜିତିବା ପଥରେ ପଲକ ୨୦୧୫ରେ ମାନ୍ନା ପଟେଲ (୨:୨୧.୪୮) ରେକର୍ଡକୁ ଭାଙ୍ଗିଛନ୍ତି। ସେହିପରି ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଗ୍ରୁପ-୨ ବାଳକରେ କର୍ନାଟକର ବେଦାନ୍ତ ଭି. ମଧିର ୨:୧୧.୭୪ ସେକେଣ୍ଡ ସମୟ ନେଇ ପୂର୍ବରୁ ଆର୍ଯ୍ୟନ ଭୋସାଲେଙ୍କ ନାମରେ ଥିବା ରେକର୍ଡକୁ ଭଙ୍ଗ କରିଛନ୍ତି। କର୍ନାଟକର ତନିଶି ଗୁପ୍ତା ଓ ଧିନିଧି ଦେସିଙ୍ଘୁଙ୍କ ମଧ୍ୟରେ ଅନ୍ତିମ ଦିବସରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ୫୦ ମିଟର ବଟରଫ୍ଲାଏ ଗ୍ରୁପ୍‌-୨ ବାଳିକାରେ ତନିଶି ୨୮.୫୨ ସେକେଣ୍ଡ ନେଇ ସ୍ବର୍ଣ୍ଣ ଓ ଧିନିଧି ୨୮.୭୧ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ପାଇଥିଲେ। ଚଳିତ ଦିବସର ପ୍ରାରମ୍ଭରେ ହିଟ୍‌ରେ ତନିଶି ୨୮.୮୬ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରୀ ହୋଇଥିବାବେଳେ ଫାଇନାଲ୍ସରେ ଉଭୟ ଖେଳାଳି ସେହି ଟାଇମିଂରେ ଉନ୍ନତି ଆଣିଥିଲେ।

ଗତବର୍ଷଠାରୁ କିନ୍ତୁ ଧିନିଧି ଏହି ଇଭେଣ୍ଟରେ ରେକର୍ଡର ଅଧିକାରୀ ଥିଲେ। ୨୦୦ ମିଟର ଫ୍ରିଷ୍ଟାଇଲ ଗ୍ରୁପ୍‌-୨ ବାଳିକାରେ କିନ୍ତୁ ଧିନିଧି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୨:୦୫.୬୨ ସେକେଣ୍ଡ ସମୟ ନେଇଛନ୍ତି। ୨୦୧୯ରେ ବଭ୍ୟା ସଚଦେବା ୨:୧୦.୮୧ ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ଥିଲେ। କଳିଙ୍ଗ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ପ୍ରfତିଯୋଗିତାରେ ମୋଟ ୧୯ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥିଭାବେ ଯୋଗ ଦେଇଥିଲେ। ”ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ର ଉଦ୍‌ଯାପନୀରେ ଯୋଗଦେଇ ମୁଁ ପ୍ରକୃତରେ ସମ୍ମାନିତ। ଆଥଲେଟ୍‌ ଓ ସନ୍ତରଣକାରଙ୍କ ପରିବାରବର୍ଗ ନୂଆ ଆକ୍ୱାଟିକ୍‌ ସେଣ୍ଟର ସୁବିଧା ସୁଯୋଗ ଏବଂ ଓଡ଼ିଶାର ଆତିଥେୟତାକୁ ନିଶ୍ଚିତ ଉପଭୋଗ କରିଥିବେ ବୋଲି ଆଶା। ପ୍ରତିଯୋଗିତାରେ ୧୯ଟି ଜାତୀୟ ରେକର୍ଡ ସୃଷ୍ଟି ହୋଇଥିବା ଜାଣି ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଏହି ସେଣ୍ଟର ପ୍ରସ୍ତୁତ ହୋଇଛି ଏବଂ ସନ୍ତରଣକାରୀଙ୍କ ପାଇଁ ଉତ୍ସର୍ଗ ହୋଇଛି। ସନ୍ତରଣର ବିକାଶ ଏବଂ ଭବିଷ୍ୟତର ଚାମ୍ପିୟନ ଗଢ଼ିବା ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ“ ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri