Categories: ଜାତୀୟ

୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କଲେ ଶିକ୍ଷକ

ବେଙ୍ଗାଲୁରୁ,୧୯।୧୨: କର୍ନାଟକର ହଗଲି ଗ୍ରାମର ଆଦର୍ଶ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୁଥାପ୍ପା ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ବାଲକୋନୀରୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ମୁଥାପ୍ପା ୧୦ ବର୍ଷ ବୟସର ଭରତଙ୍କୁ ବେଲଚାରେ ପିଟିଥିଲେ।ଏହାପରେ ତାଙ୍କୁ ବାଲକୋନୀରୁ ତଳକୁ ଠେଲି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଗଡକ ଜିଲା ବରିଷ୍ଠ ପୋଲିସ ଅଧିକାରୀ ଶିବପ୍ରକାଶ ଦେବରାଜୁ କହିଛନ୍ତି। ଭରତଙ୍କ ମା’ ଗୀତା ବରକର ସେହି ସ୍କୁଲର ଶିକ୍ଷୟିତ୍ରୀ ହୋଇଥିବା ବେଳେ ମୁଥାପ୍ପା ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କର ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଅନ୍ୟପଟେ ମୁଥାପ୍ପା ବର୍ତ୍ତମାନ ଫେରାର୍‌ ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଛି।

Share