Categories: ଜାତୀୟ

ସିଦ୍ଦାରାମାୟା, ଶିବକୁମାରଙ୍କ ସମେତ ଏହି ୮ ବିଧାୟକ ନେବେ ଶପଥ

ବେଙ୍ଗାଲୁରୁ,୨୦।୫: କିଛି ଘଣ୍ଟା ମଧ୍ୟରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ଗ୍ରହଣ କରିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଶନିବାର କର୍ନାଟକର ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ସମସ୍ତ ନେତାଙ୍କ ସାମ୍ନାରେ ୮ ଜଣ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ୮ ଜଣ ବିଧାୟକଙ୍କ ମଧ୍ୟରେ ଜି ପରମେଶ୍ୱର, କେଜେ ଜର୍ଜ, କେ.ଏଚ ମୁନିୟପ୍ପା, ସତୀଶ ଜରକିହୋଲି, ଜମିର ଅହମ୍ମଦ, ରାମଲିଙ୍ଗା ରେଡ୍ଡୀ, ବି.କେ ହରିପ୍ରସାଦ ଏବଂ ଏମ.ବି ପାଟିଲ ଅଛନ୍ତି।

Share