Categories: ଜାତୀୟ

କାର୍‌- ବସ୍‌ ଧକ୍କା: ୨ ଶିଶୁ ସମେତ ୧୦ ମୃତ

ବେଙ୍ଗାଲୁରୁ,୨୯।୫: କର୍ନାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ମୈଶୁର ନିକଟ ତନରାସିଂହପୁରଠାରେ କାର୍‌- ବସ୍‌ ଧକ୍କା ହୋଇଛି। ଫଳରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାପଡିଛି। ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Share