Categories: ଜାତୀୟ

କର୍ନାଟକ ପୋଲିସ ମୁଖ୍ୟ ହେବେ ସିବିଆଇର ପରବର୍ତ୍ତି ନର୍ଦ୍ଦେଶକ

ନୂଆଦିଲ୍ଲୀ,୧୪।୫: କର୍ନାଟକରେ ଏବେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଥିବା ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ପରବର୍ତ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମେ ୨୫ରେ ବର୍ତ୍ତମାନର ସିବିଆଇ ମୁଖ୍ୟ ଥିବା ସୁବୋଧ କୁମାର ଜାୟସଓ୍ବାଲଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ସୁଦ ଦାୟିତ୍ୱ ନେବେ। ଡିଜିପି ସୁଦ ୧୯୮୬ ବ୍ୟାଚର ଆଇପିଏସ।

ଡିଜିପି ପ୍ରବିଣ ସୁଦ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ କର୍ନାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ଉପରେ ରାଜ୍ୟରେ ଭାଜପା ସରକାରକୁ ପ୍ରୋଟେକସନ ଦେବାର ଅଭିଯୋଗ ଆସିଥିଲେ। ଏହି ସମୟରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଶିବକୁମାର ଦାବି କରିଥିଲେ କି ରାଜ୍ୟରେ ପୋଲିସ ମହାନିର୍ଦ୍ଦେଶକ କଂଗ୍ରେସ ନେତାଙ୍କ ବିରୋଧରେମାମଲା ଦାୟର କରୁଥିବାରୁ ତାଙ୍କୁ ଗିରଫ କରାଯାଉ।

Share