Categories: ଜାତୀୟ

ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ

ବଙ୍ଗାଲୁରୁ,୭।୯: କର୍ନାଟକର ମନ୍ତ୍ରୀ ଉମେଶ କଟ୍ଟିଙ୍କ ହୃଦ୍‌ଘାତରେ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ କର୍ନାଟକ ସରକାରରେ ଖାଦ୍ୟ ଯୋଗାଣ ଏବଂ ଜଙ୍ଗଲ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି କହିଛନ୍ତି,”ମୋର ଘନିଷ୍ଠ ସହକର୍ମୀ ମନ୍ତ୍ରୀ ଉମେଶ କଟ୍ଟିଙ୍କ ଅକାଳ ବିୟୋଗରେ ଦୁଃଖିତ। ତାଙ୍କ ଦେହାନ୍ତରେ ରାଜ୍ୟ ଜଣେ ଦକ୍ଷ କୂଟନୀତିଜ୍ଞ, ସକ୍ରିୟ ନେତା ତଥା ବିଶ୍ୱସ୍ତ ସରକାରୀ କର୍ମଚାରୀଙ୍କୁ ହରାଇଛି।“
ସୂଚନାନୁସାରେ, ମନ୍ତ୍ରୀ ଡଲାର କଲୋନୀ ସ୍ଥିତ ନିଜର ବାସଭବନରେ ଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ରାମାୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share