Categories: ଜାତୀୟ

ମହିଳାଙ୍କୁ ଅସଦାଚରଣ ପାଇଁ ଉଲଗ୍ନ କରି ଚଲାଇଲେ

ହାସନ (କର୍ନାଟକ),୧୨।୧: ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ଚଲାଇଛନ୍ତି ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି କର୍ନାଟକର ହାସାନ ଜିଲା ମହାରାଜା ପାର୍କରେ।

ପୋଲିସ ଅନୁଯାୟୀ, ନିର୍ଯାତନାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ନାମ ମେଘରାଜ। ସେ ବିଜୟପୁରା ଜିଲାର ବାସୀନ୍ଦା। ହାସାନ ସହରରେ ସେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ।

ପାର୍କରେ ବୁଲୁ ଥିବାବେଳେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏଥିଯୋଗୁ କିଛି ଲୋକ ଏକାଠି ହୋଇ ତାଙ୍କୁ ନିର୍ଯାତନା ଦେଇଥିଲେ। ପୋଲିସ ହେପାଜତରେ ଦେବା ଯାଗରେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ହେମଭତୀ ଷ୍ଟାଚ୍ୟୁ ସର୍କଲରେ ପାରେଡ କରାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତଙ୍କୁ ଉଦ୍ଧାର କରିଥିଲା।

ମେଗରାଜଙ୍କ ସହ ପଚରାଉଚରା କରାଯିବା ପରେ ହାସନ ସହର ପୋଲିସ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଇପିସି ଦଫା ୩୪୧ (ଅଟକ ରଖି ନିର୍ଯାତନା ଦେବା), ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୫୦୪ (ଜାଣିଶୁଣି ଅପମାନ ଦେବା) ଓ ୫୦୬ (ଅପରାଧିକ ଧମକ) ମାମଲା ରୁଜୁ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share